ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ହେବ ନୀତି ନିର୍ଘଣ୍ଟ

0
447
champak-dwadas-rituals-in-srimandira

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ। ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଆସୁଥିବାରୁ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।

ଆସନ୍ତା ଜୁନ୍‌ ୧୪ର ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଏକ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ବିର୍ଲା ଏଜୁକେସନ୍‌ ଟ୍ରଷ୍ଟ ସହ ବୁଝାମଣାପତ୍ର ସ୍ୱାକ୍ଷର ହେବାର ସୂଚନା ରହିଛି। ଏଥିପାଇଁ ଆଦର୍ଶ ଗୁରୁକୂଳ ସୋସାଇଟି ନାଁରେ ପଞ୍ଜିକରଣ ଓ ବାଇ ଲ ପ୍ରସ୍ତୁତ କରାଯାଇଛି।

Also Read  Hockey World Cup: New Zealand play 2-2 draw against Spain