ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୪ର ସଫଳ ପରୀକ୍ଷଣ

0
252
ballistic-missile-agni-4-tested-successful-at-chandipur

ବାଲେଶ୍ବର: ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୪ର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବ୍‌ଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡ୍‌ରୁ ସଫଳ ପରୀକ୍ଷଣ ହୋଇଛି । ରାତ୍ରିକାଳୀନ ପରୀକ୍ଷା ଭାବେ ଆଜି ସନ୍ଧ୍ୟା ୭ଟା ୩୦ ମିନିଟରେ ପରୀକ୍ଷା କରାଯାଇଥିବା ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦିଗ, ଗତି ଓ ଟାର୍ଗେଟକୁ ସଠିକ ଭାବେ ହିଟ୍‌ କରିଥିବା ବିଭାଗ ତରଫରୁ କୁହାଯାଇଛି । ଅଗ୍ନି-୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ଥିବା ବେଳେ ଏହାର ଓଜନ ୧୭ ଟନ୍‌ ଓ ଲମ୍ବ ୨୦ ମିଟର । ଏଥିରେ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

Also Read  ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ତିନି ଯବାନ ଆହତ

LEAVE A REPLY

Please enter your comment!
Please enter your name here