ମୁହଁରୁ ବ୍ରଣ ଦାଗ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ…..

0
2097
apply-this-home-remedies-to-remove-pimple-marks-from-home

ବ୍ରଣ କାରଣରୁ ମୁହଁରେ କଳାଦାଗ, ଚିହ୍ନ ଏବଂ ଲାଲ ଦାଗ ପଡିଯାଏ। ଆଉ ଦାଗରୁ ମୁକ୍ତି ପାଇବା ସହଜ ହୋଇନଥାଏ, କିନ୍ତୁ ଏହା ଅସମ୍ଭବ ବି ନୁହେଁ। ଅର୍ଥାତ ଆପଣ ଏହି କଳା ଦାଗ, ଚିହ୍ନ ଏବଂ ଲାଲ ଦାଗକୁ ହଟାଇ ବି ପାରିବେ ଏବଂ ଆପଣଙ୍କ ତ୍ୱଚାକୁ ଏକଦମ୍‌ ସୁନ୍ଦର କରିପାରିବେ। ବ୍ରଣ ଏବଂ ଅନ୍ୟ ଦାଗ ଠାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ।

ବ୍ରଣ ସାଧାରଣତଃ ତେଲିଆ ତ୍ୱଚାରେ ହୋଇଥାଏ। ଏଥିପାଇଁ ଆପଣ ନିଜ ମୁହଁକୁ ଅନେକ ଥର ପାଣିରେ ଧୁଅନ୍ତୁ। ତ୍ୱଚାକୁ ଧୋଇବାବେଳେ ଆପଣ କୌଣସି ମେଡିକେଟେଡ ସପ ର ୟୁଜ କରନ୍ତୁ ଏବଂ ଧ୍ୟାନ ରଖନ୍ତୁ ଯେପରି ଚେହେରାକୁ ବେଶି ରଗଡିବେନାହିଁ। ମୁହଁରେ ଯେଉଁ ଦାନା ଭଳି ହୋଇଯାଇଛି, ତାହା ଉପରେ ନଖ ଲଗାନ୍ତୁ ନାହିଁ। ନଖ ଲଗାଇଲେ ବ୍ରଣ ଦାଗ ହୋଇଯାଏ। ନଖର ପ୍ରୋଟୀନ ଦ୍ୱାରା ଟଚ୍‌ ହେବା କାରଣରୁ ତାହା ଦାଗ କରିଦିଏ। ବ୍ରଣ ଉପରେ ଯଦି କୌଣସି କ୍ରୀମ କିମ୍ବା ଔଷଧ ଲଗାଇବାକୁ ଚାହୁଁଛନ୍ତି ତାହେଲେ ତାକୁ ଇୟରବଡସ୍‌ ସାହାଯ୍ୟରେ ଲଗାନ୍ତୁ। ବ୍ରଣକୁ ଜମା ବି ହାତ ମାରନ୍ତୁନାହିଁ କି ଚିପନ୍ତୁ ନାହିଁ। ଏହାସହିତ କେବେବି ବ୍ରଣ ଉପରେ ଅଧିକ ମେକଅପ୍‌ ଲଗାନ୍ତୁନାହିଁ। ତ୍ୱଚାରେ ଅଏଲ ଫ୍ରି କ୍ରୀମ ହିଁ ଲଗାନ୍ତୁ।

ବ୍ରଣ ଏବଂ ଦାଗ ଠାରୁ ସବୁଠାରୁ ବେଷ୍ଟ ଘରୋଇ ଉପଚାର

  • ନିଜ ତ୍ୱଚାରେ ନିମ ପତ୍ରର ପେଷ୍ଟ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାରେ ଯେତେ ବି ଧୂଳି ମଳି ଥିବ ସବୁ ଦୂର ହୋଇଯିବ ଏବଂ ବ୍ରଣ ବି ସୁଖିଯିବ।
  • ବ୍ରଣ ଉପରେ ଫିଟକାରୀ ପାଉଡର ଲଗାନ୍ତୁ। ଏହି ପ୍ରାକୃତିକ ଆଣ୍ଟିସେପଟିକ ବହୁତ କାରିଗରୀ ହୋଇଥାଏ ଏବଂ ଏହାଦ୍ୱାରା ସ୍କିନରେ ଥିବା ତେଲିଆ ଅଂଶ ବି କମ୍‌ ହୋଇଥାଏ। ଏହାକୁ ଲଗାଇବା ଦ୍ୱାରା ବ୍ରଣ ଦାନା ସବୁ ବହୁତ ଜଲଦି ବି ସୁଖିଯିବ।
  • ବ୍ରଣ ଏବଂ ଦାଗ ଉପରେ ଜାଇଫଳ ଘସି ପାରିବେ। ଏହା ବ୍ରଣ ଏବଂ ଦାଗ ପାଇଁ ବହୁତ ବଢ଼ିଆ କାମ କରେ।
  • ବ୍ରଣ ଦାଗ ଉପରେ ଆପଣ ଭିଟାମିନ ସି ଟାବଲେଟକୁ ପାଣିରେ ଘୋଳ କରି ଲଗାନ୍ତୁ। ଏପରି ସପ୍ତାହକୁ ଅନେକ ଥର କରନ୍ତୁ। ଏପରି କଲେ ଦାଗ ଦୂର ହୋଇଯିବ।
  • ଆକ୍ଟିଭେଟ ଚାରକୋଲର ପ୍ରୟୋଗ କରନ୍ତୁ। ଏହି ଚାରକୋଲକୁ ଆପଣ କେବଳ ପାଣିରେ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା ଦାଗ, ଚିହ୍ନ ଦୂର ହୋଇଯାଇଥାଏ।
  • ଆପଲ ସାଇଡର ଭିନେଗାରକୁ ମଧ୍ୟ ଆପଣ ଦାଗ ହୋଇଥବା ସ୍ଥାନରେ ଲଗାଇପାରିବେ। ଏହା ବହୁତ କମ୍‌ ଦିନରେ ଆପଣଙ୍କ ଦାଗକୁ ଦୂର କରିଦେଇଥାଏ।
Also Read  Majority of Indians Are Seeking Healthier Lifestyles Through Diet and Exercise

LEAVE A REPLY

Please enter your comment!
Please enter your name here