ଦୁଃଖଦ ଖବର: ଲଦାଖ ଟୁରକୁଟ ସେକ୍ଟରରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ, ୭ ଯବାନ ମୃତ

0
320
army-vehicle-falls-into-shyok-river-in-ladakh-7-soldiers-died

ନୂଆଦିଲ୍ଲୀ: ଲଦାଖରୁ ଆସିଲା ଏକ ଦୁଖଦ ଖବର । ୨୬ ଜଣ ଯବାନଙ୍କୁ ନେଇ ଯାଉଥିବା ଏକ ବାହନ ସୋକ୍ ନଦୀକୁ ଖସିପଡିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ୨୬ ଜଣ ଯବାନଙ୍କ ଏକ ଟିମ୍ ପରତାପୁରର ଟ୍ରାନଜିଟ୍ କ୍ୟାମ୍ପରୁ ହନିଫର ଫରୱାର୍ଡ ଅଞ୍ଚଳକୁ ଯାଉଥିଲେ । ଠିକ୍ ସକାଳ ୯ ଟାରେ ଥୁଇସରୁ ପାଖାପାଖି ୨୫ କିଲୋମିଟର ଦୂର ବାକିଥିବା ବେଳେ ଗାଡିଟି ସ୍ଲିପ ମାରି ସୋକ ନଦୀକୁ ଖସିପଡିଥିଲା । ଗାଡ଼ିଟି ପ୍ରାୟ ୫୦ରୁ ୬୦ଫୁଟ୍ ତଳକୁ ଖସିପଡ଼ିଥିବା ନେଇ ସୂଚନା ମିଳିଛି । ତେବେ ଘାଟି ଅଞ୍ଚଳ ଯୋଗୁ ବାଟରେ କୌଣସି କାରଣରୁ ଗାଡ଼ିଟି ଓଲଟି ନଦୀକୁ ଖସି ପଡ଼ିଥିଲା ଖବର ପାଇ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କରାଯାଇଛି।

ଦୁର୍ଘଟଣା ହେବା ପରେ ସମସ୍ତ ୨୬ ଜଣ ସୈନ୍ୟଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସେନା ହସପିଟାଲରେ ଭର୍ତ୍ତି କରାଯାଇଛି। ଏକ ସର୍ଜିକାଲ ଟିମ୍‌ ମଧ୍ୟ ଲେହକରୁ ପାର୍ତ୍ତାପୁରକୁ ଯାତ୍ରା କରିଛି। ତେବେ ସେମାନଙ୍କ ମଧ୍ୟରୁ ୭ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୁରୁତର ଆହତ ଯବାନଙ୍କ ସହାୟତା ପାଇଁ ବାୟୁସେନା ସହ ଯୋଗାଯୋଗ କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ଓ୍ବେଷ୍ଟର୍ଣ୍ଣ କମାଣ୍ଡ ହସପିଟାଲ ଅଣାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ସେନା ପକ୍ଷରୁ କୁହାଯାଇଛି ।

Also Read  1410 mandis in 27 states, UTs integrated with e-NAM platform by December end: Minister