ଚଳନ୍ତା ଅଟୋ ଉପରେ ପଡିଗଲା ଗଛ; ଜଣେ ମହିଳା ମୃତ, ଗର୍ଭବତୀ ସମେତ ୨ ଗୁରୁତର

0
334
tree-fell-on-a-moving-auto-in-pallahara-one-died

ଅନୁଗୁଳ: ରାସ୍ତାରେ ଜଗି ବସିଥିଲା ଯମ । ରାସ୍ତାରେ ଆସୁଥିବା ସମୟରେ ଏକ ବିରାଟ ଶୁଖିଲା ଗଛ ଅଚାନକ ଚଳନ୍ତା ଅଟୋ ଉପରେ ପଡିଗଲା। ଫଳରେ ଅଟୋରେ ବସିଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗର୍ଭବତୀ ମହିଳାଙ୍କୁ ମିଶାଇ ୨ ଜଣ ଗୁରୁତର ଅଛନ୍ତି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ପାଳଲହଡ଼ା ଜାତୀୟ ରାଜପଥ ୧୪୯ ନମ୍ବର ବାଲିପଶି ଗ୍ରାମ ନିକଟରେ ଘଟିଛି। ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମୃତ ମହିଳା ହେଉଛନ୍ତି ଖମାର ଥାନା ଅନ୍ତର୍ଗତ ତିଳେଇପଶି ଗ୍ରାମର ଜେମା ପରିଡା । ସମସ୍ତେ ପାଲଲହଡା ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆସି ନିଜ ଗାଁ କୁ ଫେରୁଥିଲେ।

ସୂଚନା ମୁତାବକ ଏକ ଯାତ୍ରୀବାହୀ ଅଟୋରେ ପାଲଲହଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ନିଜ ଗାଁକୁ ଫେରୁଥିଲେ। ଜାତୀୟ ରାଜପଥ କଡ଼ରେ ଥିବା ଶୁଖିଲା ଗଛଟି ହଠାତ୍ ଅଟୋ ଉପରକୁ ଖସିପଡିଥିଲା। ଏତେ ଜୋରରେ ଅଟୋରେ ମାଡ଼ ହୋଇଥିଲା ଯେ ଅଟୋରେ ବସିଥିବା ତିଳେଇପଶି ଗ୍ରାମର ଜେମା ପରିଡାଙ୍କ ମୃତ୍ୟୁ ଘଟିଥିଲା। ତେ​‌ବେ ଅଟୋରେ ଥିବା ଅନ୍ୟ ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅନ୍ୟପଟେ ଅଟୋ ଚାଳକ ସତ୍ୟାନନ୍ଦ ବିଶ୍ୱାଳ ସୁରକ୍ଷିତ ଥିବା ଜଣାପଡିଛି।

Also Read  CM Majhi takes holy dip at Sangam