୨୫ମାର୍ଚ୍ଚରୁ ବିଧାନସଭା ବଜେଟ ଅଧିବେଶନ

0
218

ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ଯାଏଁ ଚାଲିବ ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍ ପ୍ରଥମ ଦିନ ଗୃହକୁ ସମ୍ବୋଧନ କରିବେ ଓ ଦୁଇ ଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ୩୦ମାର୍ଚ୍ଚରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ କାମଚଳା ବଜେଟ ଆଗତ କରିବେ । ୩୧ ତାରିଖରେ ବଜେଟ ପାରିତ ପାଇଁ ଆସିବ ବ୍ୟୟ ମଂଜୁରୀ ବିଲ୍ । ତେବେ ୨୭ ମାର୍ଚ୍ଚ ରବିବାର ପଡୁଥିବାରୁ ଏହି ଦିନ ବିଧାନସଭାର ବଜେଟ ଅଧିବେଶନ ଚାଲିବ ନାହିଁ । ବିଧାନସଭା ବଜେଟ ଅଧିବେଶନକୁ ନେଇ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚଳିତଥର ଆସିବାକୁ ଥିବା ବଜେଟରେ ସରକାର କେଉଁ ନୂଆ ଘୋଷଣା କରୁଛନ୍ତି ଓ କେଉଁ ବିଭାଗ ଉପରେ ଗୁରୁତ୍ୱ ଦିଆଯିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।

Also Read  ଛେଳିଗଡ଼ ଜଳ ବିଦ୍ୟୁତ ପ୍ରକଳ୍ପର ସମୀକ୍ଷା କଲେ 5-T ସଚିବ

LEAVE A REPLY

Please enter your comment!
Please enter your name here