ଜାଣନ୍ତୁ ଘରେ ମୟୂର ପୁଚ୍ଛ ରଖିବା ଶୁଭ ନାଁ ଅଶୁଭ

0
132

ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛ ଅତି ପ୍ରିୟ ସେଥିଲାଗି ତାଙ୍କ ଶୃଙ୍ଗାରରେ ମୟୂର ପୁଚ୍ଛକୁ ବିଶେଷ ସ୍ଥାନ ଦିଆଯାଇଛି । ଏହା ବିନା ତାଙ୍କର ସ୍ୱରୂପ ଅସମ୍ପୂର୍ଣ୍ଣ ବୋଲି ଜଣାଯାଏ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି ।

ଆସନ୍ତୁ ଜାଣିବା ମୟୂର ପୁଚ୍ଛ ସହିତ ଜଡିତ କିଛି ବାସ୍ତୁ ଟିପ୍ସ: ଠାକୁର ଘରେ ମୟୂର ପୁଚ୍ଛ ଏବଂ ବଂଶୀକୁ ଏକା ସାଥ୍‌ରେ ରଖ୍ବା ଦ୍ଵାରା ଘର ମଧ୍ୟରେ ଭଲପାଇବା ବଢିବା ସହିତ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ଘରର ମୁଖ୍ୟ ଦ୍ଵାରରେ ଗଣେଶଙ୍କ ସହିତ ମୟୂର ପୁଚ୍ଛ ରଖିବା ଦ୍ଵାରା ବାସ୍ତୁଦୋଷ ଦୂର ହୋଇଥାଏ । ସକାରାତ୍ମକ ଭାବନା ଜାଗ୍ରତ ହେବା ସହିତ କୁ ଶକ୍ତି ପ୍ରବେଶ କରି ପାରି ନଥାଏ । ଅନେକ ପିଲାଙ୍କୁ ରାତିରେ ଶୋଇବା ସମୟରେ ଡର ଲାଗିଥାଏ । ତେଣୁ ତାଙ୍କ ତକିଆ ତଳେ ମୟୂର ପୁଚ୍ଛ ରଖୁବା ଦ୍ଵାରା ସମସ୍ତ ଖରାପ ନଜରରୁ ରକ୍ଷା ପାଇଥାନ୍ତି ।

ବାସ୍ତୁ ଅନୁସାରେ, ମୟୂର ପୁଚ୍ଛକୁ ଫ୍ରେମ୍ କରି କାନ୍ଥରେ ଲଗାଇବା ଦ୍ଵାରା ଅର୍ଥ କ ସମସ୍ୟା ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ମୟୂର ପୁଚ୍ଛ ସହିତ ୨୧ ଥର ଗ୍ରହ ମନ୍ତ୍ର ପଢି, ତାହା ଉପରେ ଜଳ ସିଞ୍ଚନ କରି ଏକ ଏମିତି ସ୍କାନର ରଖିବେ । ଯେମିତିକି ତାହା ଉପରେ ସମସ୍ତଙ୍କ ନଜର ରହୁଥିବ । ଏହା ଦ୍ଵାରା ରାହୁ ଦୋଷ ଦୂର ହେବା ସହିତ ଜୀବନରେ ସବୁ ମଙ୍ଗଳମୟ ହୋଇଥାଏ ।

Also Read  ଶ୍ରୀନଗରରେ ପହଞ୍ଚିଲେ ଅମିତ ଶାହ : ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ

LEAVE A REPLY

Please enter your comment!
Please enter your name here