ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି

0
221
vigilance raid

ଭୁବନେଶ୍ୱର: କେନ୍ଦୁଝର ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଉମେଶ କୁମାର ଶାସନୀଙ୍କ ଘର ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ଭିଜିଲାନ୍ସର ୯ ଜଣିଆ ଟିମ୍ ଶାଳପଡା ସରକାରୀ ବାସଭବନରେ ଚଢାଉ କରିଛି । କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ଟିମ୍‌ ଚଢ଼ାଉ ଜାରି ରଖିଛି । କେନ୍ଦୁଝର ଶାଳପଡ଼ାସ୍ଥିତ କାର୍ଯ୍ୟାଳୟ ଓ ଘରେ ମଧ୍ୟ ଚଢାଉ ଜାରି ରହିଛି । ଉମେଶ ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଭାବେ ବନ୍ୟା ନିୟନ୍ତ୍ରଣ ବିଭାଗ ଦାୟିତ୍ବରେ ଥିଲେ ।

Also Read  WB CM scheduled to meet Odisha CM today afternoon in Odisha capital

LEAVE A REPLY

Please enter your comment!
Please enter your name here