ରାସ୍ତାରେ ଏକାଥରକେ ୨୦ ଇଲେକ୍ଟ୍ରିକ ସ୍କୁଟରରେ ଲାଗିଲା ନିଆଁ

0
213
at a time 20-electric-scooters-catch-fire-while-being-transported

ମହାରାଷ୍ଟ୍ର: ଦେଶରେ ହୁ ହୁ ହୋଇ ପେଟ୍ରୋଲ ଓ ଡିଜେଲ ଦାମ୍‌ ବଢ଼ୁଥିବାରୁ ଦିନକୁ ଦିନ ଇଲେକ୍ଟ୍ରିକ ସ୍କୁଟରର ଚାହିଦା ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଅଧିକ ଆଗ୍ରହ ଓ ଉତ୍ସାହ ଦେଖାଉଛନ୍ତି । ଏଥିରେ ଇଲେକ୍ଟ୍ରିକ ସ୍କୁଟି ବି ସାମିଲ ରହିଛି । କିନ୍ତୁ କିଛିଦିନ ହେଲାଣି ନିକଟରେ ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସିଛି।

ଏବେ ମହାରାଷ୍ଟ୍ରର ନାସିକରେ ବଡ ମାମଲା ସାମ୍ନାକୁ ଆସିଛି । ସେଠାରେ ଫ୍ୟାକ୍ଟ୍ରିରୁ ବାହାର କରି ପଠାଯାଉଥିବା ବେଳେ ଏକାଥରକେ ୨୦ଟି ଇଲେକ୍ଟ୍ରିକ୍ ସ୍କୁଟିରେ ନିଆଁ ଲାଗିଥିଲା । ଦେଶର ଏହା ପ୍ରଥମ ମାମଲା, ଯେଉଁଠି ଏକାଥରେ ୨୦ଟି ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲାଗିଯାଇଛି।

କମ୍ପାନୀ କହିବା ମୁତାବକ, ଏହି ଘଟଣା ପଛର କାରଣ ଜାଣିବାକୁ ଅନୁସନ୍ଧାନ କରାଯାଉଛି । କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, ‘ ଅଗ୍ନିକାଣ୍ଡର ଏହି ଘଟଣା ୯ ଏପ୍ରିଲରେ ଘଟିଥିଲା । ସ୍କୁଟିରେ ନିଆଁ ଲାଗିବା ମାତ୍ରେ ଆମ କର୍ମଚାରୀ ତୁରନ୍ତ ନିଆଁକୁ ଲିଭାଇଥିଲେ । ତେବେ କେମିତି ଓ କିପରି ଏହି ନିଆଁଲାଗିଲା, ତାହାର ତଦନ୍ତ କରାଯାଉଛି।

ତେବେ ଇଲେକ୍ଟ୍ରିକ ସ୍କୁଟର ନିଆଁ ଲାଗିବା ଘଟଣାକୁ ନେଇ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରଣାଳୟ ଚିନ୍ତାରେ ରହିଛି। ୨୦୨୧-୨୨ରେ ପାଖାପାଖି ୨.୩୧ ଲକ୍ଷ ଇଲେକ୍ଟ୍ରିକ ସ୍କୁଟର ବିକ୍ରି ହୋଇଛି। କିନ୍ତୁ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିବା ଏହା ୫ମ ଘଟଣା।

ତାମିଲନାଡୁର ମାନ୍ନାପରାଇରୁ ଜଣେ ବ୍ୟକ୍ତି ସିଙ୍ଗାପୁରରୁ ଆସିବା ପୂର୍ବରୁ ସେ ନିଜର ଇଲେକ୍ଟ୍ରିକ୍ ସ୍କୁଟି ମାର୍ଚ୍ଚ ୨୭ ରେ ଜଣେ ବନ୍ଧୁଙ୍କ ଦୋକାନ ବାହାରେ ପାର୍କିଂ କରିଥିଲେ । ପରଦିନ ଯେତେବେଳେ ତାଙ୍କ ବନ୍ଧୁ ବାଲୁ ନିଜ ଦୋକାନ ଖୋଲିଲେ, ସେବେ ଇଲେକ୍ଟ୍ରିକ୍ ସ୍କୁଟିରୁ ଧୂଆଁ ବାହାରୁଥିବା ଦେଖିଥିଲେ । ଏହା ପରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଯାଇଥିଲା । ଆଖପାଖରେ ପାଣି ନଥିବା କାରଣରୁ ପଡୋଶୀମାନଙ୍କ ସାହାଯ୍ୟରେ ପାଣି ଓ ମିନରାଲ ୱାଟର ଢ଼ାଳି ନିଆଁକୁ ଆୟତ୍ତ କରାଯାଇଥିଲା ।

ଏହାପୂର୍ବରୁ ମହାରାଷ୍ଟ୍ରର ପୁଣେର ଧନୋରୀ ଅଞ୍ଚଳର ଏକ ନାମୀଦାମୀ ସ୍କୁଟରରେ ହଠାତ୍ ନିଆଁ ଲାଗିଥିଲା । ଏହି ଘଟଣାରେ ଇଲେକ୍ଟ୍ରିକ୍ ସ୍କୁଟର ରାସ୍ତାରେ ଜଳିବା ଆରମ୍ଭ କରିଥିଲା ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Also Read  Farmer suicides case to have a judicial probe; BJP in Odisha capital