ଉତ୍ତେଜନା ଚରମରେ : ତାଇଓ୍ବାନ ଅଭିମୁଖେ ୧୩ଟି ଆମେରିକା ଲଢୁଆ ବିମାନ

0
173

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବାବେଳେ ବିଶ୍ବ ଆଉ ଏକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବା ଆଶଙ୍କା ସୃଷ୍ଟି ହୋଇଛି । ଆମେରିକାର ପ୍ରତିନିଧି ସଭା ବାଚସ୍ପତି ନାନସି ପେଲୋସି ତାଇଓ୍ବାନ ଗସ୍ତରେ ଯାଉଥିବା ସ୍ପଷ୍ଟ ହେବା ପରେ ତାହାକୁ ନେଇ ଚିନ୍ତା ବଢିଯାଇଛି । ଗୋଟିଏ ପଟେ ଚୀନ ନିଜର ସେନାକୁ ସତର୍କ କରିବା ସହ ପୂର୍ବ ଉପକୂଳରେ ଟ୍ୟାଙ୍କ ଓ ଲଢୁଆ ବିମାନ ମୁତୟନ ଆରମ୍ଭ କରିଥିବାବେଳେ ଅନ୍ୟପଟେ ଜାପାନରେ ଥିବା ଆମେରିକୀୟ ବାୟୁସେନା ଘାଟିରୁ ୧୩ଟି ଏଫ-୩୫ ଲଢୁଆ ବିମାନ ତାଇଓ୍ବାନ ଅଭିମୁଖେ ବାହାରିଛନ୍ତି ।

ନାନସି ଯାଉଥିବା ବିମାନ ଉପରେ ଚୀନ ପକ୍ଷରୁ ମିସାଇଲ ମାଡ କରାଯିବାର ଆଶଙ୍କା କରୁଛି ହ୍ବାଇଟ ହାଉସ । ଏହି କାରଣରୁ ନାନସିଙ୍କ ବିମାନକୁ ସୁରକ୍ଷା ଦେବାକୁ ଆମେରିକା ବାୟୁସେନା ଲଢୁଆ ବିମାନ ପଠାଇଛି । ଏହାଛଡ଼ା ଦକ୍ଷିଣ ଚୀନ ସାଗର ଓ ଜାପାନ ସାଗରରେ ମୁତୟନ ଥିବା ଆମେରିକା ନୌସେନାର ଯୁଦ୍ଧ ଜାହାଜଗୁଡ଼ିକୁ ସତର୍କ କରିଦିଆଯାଇଛି ।

Also Read  ବିମାନ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ରେ ସାମାନ୍ୟ ସଂଶୋଧନ କଲା ବିଏମ୍‌ସି

LEAVE A REPLY

Please enter your comment!
Please enter your name here