ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ

0
740
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର, ୨୧ା୧୦:

ଚିଲିକା ବିଧାୟକଙ୍କୁ ଜାମିନ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ୍ ମଞ୍ଜୁର କରିଛନ୍ତି। ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତ ରଖି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାବାଦ ଅନ୍ୟାନ୍ୟ ସର୍ତ୍ତ ରଖି ନିମ୍ନ ଅଦାଲତ ପ୍ରଶାନ୍ତଙ୍କୁ ଜାମିନରେ ଛାଡ଼ିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଦାୟର ମାମଲାରେ ଅତିରିକ୍ତ ଦୌରା ଜଜ୍ ଅଦାଲତ ଶ୍ରୀ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ପୂର୍ବରୁ ଏହି ମାମଲାରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା। ଏହାପରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ। ଜାମିନ ଆବେଦନ ନିମ୍ନ ଅଦାଲତ ଖାରଜ କରିବା ସହିତ ବିଧାୟକଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ। ତେବେ ବିଧାୟକଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Also Read  Odisha Govt asks for detailed report in regards to Chilika Boat accident