ଓଡ଼ିଆ ରେ ପଢନ୍ତୁଦେଶ ବିଦେଶ ୟୁପି ନିର୍ବାଚନ : ଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ସ୍କୁଟି ଦେବ କଂଗ୍ରେସ By Nrusingh Maharana - October 21, 2021 0 732 FacebookTwitterPinterestWhatsApp ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌ, ୨୧ା୧୦: ୟୁପି ନିର୍ବାଚନ ପାଇଁ ଗୋଟେ ପରେ ଗୋଟେ ପ୍ରତିଶ୍ରୁତି ଦେବାରେ ଲାଗିିଛି କଂଗ୍ରେସ। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବା ପାଇଁ ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କା ଗାନ୍ଧୀ ଆଜି ଏକ ଟୁଇଟ୍ କରି କହିଛନ୍ତି ଯେ, “ମୁଁ କିଛି ଛାତ୍ରୀଙ୍କୁ ଭେଟିଥିଲି। ସେମାନେ କହିଥିଲେ ଯେ, ସେମାନଙ୍କୁ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନର ଆବଶ୍ୟକତା ରହିଛି। ମୁଁ ଖୁସି ଯେ ଇସ୍ତାହାର ପ୍ରସ୍ତୁତି କମିଟିର ସହମତି କ୍ରମେ ଦ୍ବାଦଶ ପାସ କରିଥିବା ଛାତ୍ରୀଙ୍କୁ ସ୍ମାର୍ଟଫୋନ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀଙ୍କୁ ବିଦ୍ୟୁତ ଚାଳିତ ସ୍କୁଟି ଦେବାକୁ ୟୁପି କଂଗ୍ରେସ ନିଷ୍ପତ୍ତି ନେଇଛି। ଅକ୍ଟୋବର ୧୯ରେ ପ୍ରିୟଙ୍କା ଗାନ୍ଧୀ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ପ୍ରତିଶତ ଟିକେଟ୍ ଦେବାକୁ ଘୋଷଣା କରିଥିଲେ। ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ମହିଳାମାନଙ୍କୁ ୪୦ପ୍ରତିଶତ ଟିକେଟ୍ ଦେବ ବୋଲି ପ୍ରିୟଙ୍କା ମଙ୍ଗଳବାର ଘୋଷଣା କରିଥିଲେ। ସେ କହିଥିଲେ ଯେ ଦେଶରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ସମସ୍ତ ମହିଳା ଆଗକୁ ଆସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ମହିଳା ନଭେମ୍ବର ୧୫ଭିତରେ ଆବେଦନ କରିପାରିବେ। Also Read Congress General Secretary Priyanka Gandhi Vadra arrested