ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ବାଲିପାଟଣା ଥାନା ଏଏସ୍‌ଆଇ

0
336

ବାଲିପାଟଣା: କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ ଫସିଛନ୍ତି। ମାମଲାର ରଫାଦଫା କରିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଏଏସଆଇ ପୁଷ୍ପଲତା ପାଇକରାୟ। ଆଜି ଦିନ ୧୧ ଟା ସମୟରେ ସରକାରୀ କ୍ଵାଟରରେ ରହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ , ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ ଚଢ଼ାଉ କରିଥିଲେ।

Also Read  ସୁପ୍ରିମକୋର୍ଟ ବାହାରେ ଆତ୍ମାହୂତି ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି

LEAVE A REPLY

Please enter your comment!
Please enter your name here