ବ୍ରିଜ ଉପରୁ ବ୍ୟାଙ୍କ୍ ଅଧିକାରୀ ନିଖୋଜ, ଅପହରଣ ସନ୍ଦେହ

0
157
bank-managers-missing-in-subarnnapur-bridge

ସୁବର୍ଣ୍ଣପୁର/ବରଗଡ଼: ପୋଲ ଉପରୁ ବ୍ୟାଙ୍କ କର୍ମଚାରୀ ନିଖୋଜ। ନିଖୋଜ ହୋଇଥିବା ବ୍ୟକ୍ତି ଜଣକ ବରଗଡ଼ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରେ ଏଗ୍ରିକଲଚର ମ୍ୟାନେଜର ଭାବେ କାମ କରନ୍ତି । ତାଙ୍କ ନାମ ଦିବ୍ୟରଞ୍ଜନ ମିଶ୍ର । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚେରୁପାଲି ଅଙ୍ଗନଦୀ ପୋଲ ଉପରେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ବ୍ୟାଙ୍କରୁ ବାହାରିବା ସମୟରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ଦିବ୍ୟରଞ୍ଜନ । ଏହାପରେ ସଂଧ୍ୟା ୭ଟା ପରେ ତାଙ୍କର ଫୋନ୍‌ ଆଉ ଲାଗିନଥିଲା । ତେବେ ସେହି ରାସ୍ତାଦେଇ ଆସୁଥିବା କିଛି ଲୋକ ବ୍ରିଜ ଉପରେ ବାଇକ୍ ଓ ଚପଲ ପଡିଥିବା ଦେଖିଥିଲେ I ଦିବ୍ୟରଞ୍ଜନ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି ନା ତାଙ୍କୁ ଏହି ନିଛାଟିଆ ଜାଗାରୁ ଅପହରଣ କରାଯାଉଛି । ସେନେଇ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି I ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜଖୋଜି କରୁଛନ୍ତି ।

Also Read  ଆଜି ମହାପ୍ରଭୁଙ୍କ ପଇତାଲାଗି : ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

LEAVE A REPLY

Please enter your comment!
Please enter your name here