ହସ୍ପିଟାଲ ବେଡରେ ସାମ୍ବାଦିକଙ୍କ ପାଦରେ ବେଡି ବାନ୍ଧିଲା ପୋଲିସ

0
460
bedi-tied-to-a-journalists leg Habildar in charge of custody suspended

ବାଲେଶ୍ୱର: ସବୁ ସୀମା ଟପିଗଲା ନୀଳଗିରି ପୋଲିସର ନିର୍ଯାତନା । ଜଣେ ହୋମ୍‌ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଲା ପୁଲିସ୍। ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଥିବା ବେଳେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡିଏସ୍‌ପି ଘଟଣାର ଯାଞ୍ଚ କରିବା ସହିତ ଉକ୍ତ ସାମ୍ବାଦିକଙ୍କ ଗୋଡ଼ରୁ ବେଡ଼ି ଖୋଲି ଦେଇଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ନୀଳଗିରି ଏସ୍‌ଡିପିଓ କହିଛନ୍ତି।

ସାମ୍ବାଦିକଙ୍କ ନାମ ଲୋକନାଥ ଦଳାଇ ଏବଂ ସେ ଏକ ନିର୍ଦ୍ଦିଷ୍ଟ ଘରୋଇ ନ୍ୟୁଜ ଚାନେଲ ଓ ଦୈନିକ ସମ୍ବାଦପତ୍ରର ସାମ୍ବାଦିକ । ସୂଚନା ଅନୁସାରେ, ଗତକାଲି ତାଙ୍କୁ ନୀଳଗିରି ପୁଲିସ୍ ଗିରଫ କରିଥିଲା। ଅସୁସ୍ଥ ଅନୁଭବ କରିବାକୁ ପୁଲିସ୍ ତାଙ୍କୁ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଆଜି ସକାଳେ ତାଙ୍କୁ ଜଗିଥିବା ପୁଲିସ୍ କର୍ମଚାରୀମାନେ ତାଙ୍କ ଗୋଡ଼ରେ ବେଡ଼ି ପକାଇ ଦେଇଥିଲେ।

ଏହି ଘଟଣାକୁ ନେଇ ସାମ୍ବାଦିକମହଲରେ ତୀବ୍ର ପ୍ରକାଶ ପାଇଥିବା ବେଳେ ଘଟଣା ସଂପର୍କରେ ପୂରା ତଥ୍ୟ ସଂଗ୍ରହ କରିବା ପରେ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାଲେଶ୍ୱର ଏସ୍‌ପି। ବେଡ଼ି ପକାଇଥିବା ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ହେଉଛି।

Also Read  4 Odia Migrant Workers Killed in Telangana