ଅଙ୍ଗନବାଡ଼ିରେ ମହୁମାଛି ଆକ୍ରମଣ, ୧୦ ଶିଶୁଙ୍କ ସହ ଅଙ୍ଗନବାଡି କର୍ମୀ ଓ ସହାୟିକା ଗୁରୁତର

0
439
bee-attack-in-anganwadi-kendra-in-boudh

ବୌଦ୍ଧ: ଅଙ୍ଗନବାଡ଼ିରେ ମହୁମାଛି ଆତଙ୍କ । ଅଙ୍ଗନବାଡ଼ି ଚାଲୁଥିବା ସମୟରେ ହଠାତ ଆକ୍ରମଣ କଲେ ମହୁମାଛି ଦଳ । ଫଳରେ ୧୦ ଜଣ ଶିଶୁଙ୍କ ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦବଲା ପଞ୍ଚାୟତ ବଉଳାସିଂହାରେ । ସମସ୍ତ ଗୁରୁତରଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେରେ ଭର୍ତ୍ତି କରାଯାଇଛି। ତେବେ ସୂଚନା ମୁତାବକ ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଛି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ଅନୁଯାୟୀ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦପଳା ପଞ୍ଚାୟତ ବଉଲସିଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବରଗଛରେ ଶତାଧିକ ମହୁମାଛି ଘର କରିଥିବା ବେଳେ ଆଜି ପିଲାଙ୍କ ପାଇଁ ଏହା ବିପଦର କାରଣ ହୋଇଛି । କୌଣସି କାରଣରୁ ମହୁମାଛିମାନେ ଅତର୍କିତ ଭାବରେ ଅଙ୍ଗନବାଡି ଓ ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ଅଙ୍ଗନବାଡ଼ି ଦିଦି ଓ ଜଣେ ରୋଷେୟାଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି l

Also Read  Odisha registers 7426 deaths due to Covid-19 so far