ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବିଜେଡିର ବାଜିମାତ, ୨୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ

0
215
bjd-candidate-sanghamitra-dalei-won-the-post-of-mayor-of-berhampur

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମରେ ବାଜିମାତ କରିଛି ବିଜେଡି । ବ୍ରହ୍ମପୁରରେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ପିନ୍ଧିଲେ ବିଜୟୀ ମୁକୁଟ । ସମ୍ମାନଜନକ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ଦଳେଇ ୨୦,୨୮୬ ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସବିତା ସୁଆର ପାଣିଗ୍ରାହୀଙ୍କୁ ହରାଇଛନ୍ତି । ସଂଘମିତ୍ରା ୬୬,୦୬୮ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ୪୫,୭୮୨ ଖଣ୍ଡ ଭୋଟ୍ ପାଇଥିଲେ । ଆମ୍ ଆଦମୀ ପାର୍ଟିର ସି.ପ୍ରିୟଙ୍କା ୭୪୫୩ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଥିଲେ ।ବିଜେଡ଼ି ତୃତୀୟ ଥର ପାଇଁ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ହାତେଇଛି ।

ତେବେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ବିଜେପି ପ୍ରାର୍ଥୀ ସବିତା ସୁଆର ୪୫୭୮୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୬୬୦୬୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୬୭୬୮ ଖଣ୍ଡ ଭୋଟ ପାଇଛନ୍ତି । ସଂଘମିତ୍ରା ମୋଟ ୨୦୨୩୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ସେପଟେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂଘମିତ୍ରା । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହା ବ୍ରହ୍ମପୁର ମହାନଗରବାସୀଙ୍କ ବିଜୟ । ଏଥିଲାଗି ମୁଁ ସମସ୍ତ ମହାନଗରବାସୀଙ୍କୁ ଧନ୍ୟବାଦ ଜଣାଉଛି । ଏହାସହିତ ମୋ ଦଳରେ ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ବିଶେଷ ଭାବେ କୃତଜ୍ଞ ଜଣାଉଛି ।

ନିଗମର ୪୨ ଆସନ ମଧ୍ୟରୁ ବିଜେଡି ୩୦ ଆସନ ପାଇଛି । ବିଜେପି ମାତ୍ର ୭ଟି ଆସନରେ ଜିଣିଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଜିତିଛି । ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନ ଜିତିଛନ୍ତି ।

Also Read  ବିଜାପୁରରେ ପୁଲିସର ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here