ବିଏମସିର ପ୍ରଥମ ମହିଳା ମେୟର ହେଲେ ସୁଲୋଚନା, ୬୧୪୮୭ ଖଣ୍ଡ ଭୋଟରେ ହାସଲ କଲେ ବୃହତ ବିଜୟ

0
466
bjd-candidate-sulochana-das-has-won

ଭୁବନେଶ୍ୱର: ବିଜେଡି ହାତରେ ଭୁବନେଶ୍ୱର ମେୟର ଆସନ । ସୁଲୋଚନା ଦାସ ହେଲେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର । ଆଜି ପୌର ନିର୍ବାଚନ ଭୋଟ୍ ଗଣତି ଚାଲିଥିବାବେଳେ, ଭୁବନେଶ୍ୱର ମହାନଗର ନିଗମର ମେୟର ଆସନ ପାଇଁ ଭୋଟ୍ ଗଣତି ଶେଷ ହୋଇଛି । ଯେଉଁଥିରୁ ମିଳିଥିବା ସୂଚନା ମୁତାବକ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁନୀତି ମୁଣ୍ଡଙ୍କୁ ହରାଇ ନିର୍ବାଚନରେ ବିଜୟୀ ହୋଇଛନ୍ତି ।

ସୁଲୋଚନା ଦାସ ୬୧ ହଜାର ୪୮୭ ଖଣ୍ଡ ଭୋଟରର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁନୀତି ମୁଣ୍ଡଙ୍କୁ ହରାଇଛନ୍ତି । ସୁଲୋଚନା ଦାସ ୧, ୭୪, ୫୬୨ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୧, ୧୩, ୪୧୯ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଲା ୧୧,୦୦୬ ଖଣ୍ଡ ଭୋଟ।

Also Read  Democratising urban governance