ଆରମ୍ଭ ହେଲା ଆପିଇଏଲ ମହାକୁମ୍ଭ; ଟସ ଜିତି ବୋଲିଂ ନିଷ୍ପତି ନେଲା କୋଲକାତା ନାଇଡ ରାଇଡର୍ସ

0
320
ipl-2022

ମୁମ୍ବାଇ: ଅପେକ୍ଷାର ହେଲା ଅନ୍ତ । ଆଜିଠାରୁ ଆରମ୍ଭ ହେଲା ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲର ପଞ୍ଚଦଶ ସଂସ୍କରଣ । ଦୀର୍ଘ ଦୁଇ ବର୍ଷ ହେଲା ଭାରତୀୟ କ୍ରିକେଟପ୍ରେମୀ କରିଥିବା ଅପେକ୍ଷାର ଘଟିଲା ଅନ୍ତ । ଆଜିଠାରୁ ଆରମ୍ଭ ହୋଇଛି ଭାରତର ଲୋକପ୍ରିୟ ଘରୋଇ କ୍ରିକେଟ ଲିଗ୍ ଆଇପିଏଲର ୧୫ତମ ସଂସ୍କରଣ । ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଗତଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସକୁ ଭେଟୁଛି ରନର୍ସଅପ୍ କୋଲକାତା ନାଇଟରାଇଡର୍ସ । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଦୁଇ ନୂଆ ଅଧିନାୟକଙ୍କୁ ନେଇ ଏଥର ମୈଦାନକୁ ଓହ୍ଲାଇବେ ଦୁଇ ଦଳ । ରବିନ୍ଦ୍ର ଜାଡେଜା ଚେନ୍ନାଇ ସୁପରକିଙ୍ଗସର କ୍ୟାପଟେନ୍ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ହେଉଛନ୍ତି ଶ୍ରେୟସ ଆୟର । ଏଥର ଆଇପିଏଲର ସବୁ ମ୍ୟାଚ୍ ମୁମ୍ବାଇ ଓ ପୁଣେରେ ହିଁ ଖେଳାଯିବ । ଚଳିତ ଆଇପିଏଲରେ ଟିମ୍ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି କରାଯାଇଛି । ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ହେଉଛନ୍ତି ନୂଆ ଟିମ୍ । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ଖେଳାଯାଇଥିଲା । ଯଦିଓ ୨୦୨୧ ଆଇପିଏଲ ସିଜିନ୍ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀ ପାଇଁ ସିଜିନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା । କିନ୍ତୁ ୨୦୨୨ ଆଇପିଏଲର ପଞ୍ଚଦଶ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁଣେରେ ୪ଟି ଭେନ୍ୟୁ ଚୟନ କରାଯାଇଛି ।

Also Read  ଧରାପଡ଼ିଗଲେ ରସିକିଆ ଟ୍ୟୁସନ୍‌ ସାର୍‌ : ୨ଛାତ୍ରୀ ମଧ୍ୟ ଉଦ୍ଧାର

LEAVE A REPLY

Please enter your comment!
Please enter your name here