ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗରେ ପ୍ରଥମ ଘଟଣା; ଜନ୍ମ ନେଲେ ଯୋଡ଼ା ଶିଶୁକନ୍ୟା, ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ସୂଚନା

0
563
conjoined-twins-born-in-sambalpur

ସମ୍ବଲପୁର: ସମ୍ବଲପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଜଣେ ମହିଳା ଏକ ଯୋଡ଼ା ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି। ଉଭୟ ନବଜାତ କନ୍ୟା ସନ୍ତାନ। ଦୁଇ ଶିଶୁଙ୍କର ମୁଣ୍ଡ ଅଲଗା ଥିବା ବେଳେ ସେମାନଙ୍କ ବେକରୁ ପେଟ ଯାଏଁ ଯୋଡ଼ି ହୋଇ ରହିଛି। ସମ୍ବଲପୁରରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଉଭୟ ନବଜାତକଙ୍କ ସ୍ବାସ୍ଥାବସ୍ଥା ଗମ୍ଭୀର ରହିଛି । ରେଙ୍ଗାଲି ଅଞ୍ଚଳର ଦମ୍ପତ୍ତିଙ୍କର ଏଭଳି ଯୋଡା ଶିଶୁ ଜନ୍ମ ହୋଇଛନ୍ତି । ସମ୍ବଲପୁର ସଦର ମେଡିକାଲରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଜଣାପଡିଛି ।

ଯୋଡ଼ା ଶିଶୁକନ୍ୟା ଜନ୍ମରୁ ଆରମ୍ଭ ହୋଇଛି ଜୀବନ ଯନ୍ତ୍ରଣା । ସମ୍ବଲପୁର ଜିଲ୍ଲାରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ ଏ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଏହି ଶିଶୁ ଦୁଇଙ୍କର ମୁଣ୍ଡ ଅଲଗା ରହିଥିବା ବେଳେ ଛାତିରୁ ପେଟ ଲାଗି ରହିଛି । ଗତକାଲି ରାତିରେ ଯୋଡା ଶିଶୁ ଜନ୍ମ ହୋଇଥିବାବେଳେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେବେ ଗୁରୁତର ଅବସ୍ଥାରେ ଏହି ଯୋଡା ଶିଶୁକନ୍ୟାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯିବ ବୋଲି ସୂଚନା ମିଳିଛି ।

Also Read  710 dolphins spotted in Odisha in latest census