କୋଲାବ ଜଳଭଣ୍ଡାରରୁ ନିଖୋଜ ସଫ୍ଟୱ୍ବେୟାର ଇଂଜିନିୟରଙ୍କ ମୃତଦେହ ଉଦ୍ଧାର

0
324
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

କୋରାପୁଟ: କୋଲାବ ଜଳ ଭଣ୍ଡାରରୁ ନିଖୋଜ ସପ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । କୋଲାବ ଜଳ ଭଣ୍ଡାରର ଶୁକୁ ପୋଲ ନିକଟରୁ ଉଦ୍ଧାର କଲେ କୋରାପୁଟ ଅଗ୍ନିଶମ ବାହିନୀ । ମୃତକ ହେଲେ କୋରାପୁଟ ସହରର ପୂଜାରିପୁଟର ସମିର ପାଢୀ ।

ହାଇଦ୍ରାବାଦରେ ଚାକିରି କରୁଥୁଲେ ସମୀର । ଗତ ୩ ଦିନ ତଳେ ହାଇଦ୍ରାବାଦରୁ ଘରକୁ ଆସିଥିଲେ । ହେଲେ ସେ ଗତ ୨ଦିନ ହେଲା ନିଖୋଜ ଥିଲେ । ଗୁରୁବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବାଇକଟି ରେଳ ପୋଲ ନିକଟରେ ରହିଛି । ବାଇକ ରଖି ପ୍ରାୟ ୧୦୦ ମିଟର ଅଧିକା ଉଚ୍ଚା ପୋଲରୁ ଜଳଭଣ୍ଡାରକୁ ଡେଇଁ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି । ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି କୋରାପୁଟ ଟାଉନ ପୋଲିସ ତାର ତଦନ୍ତ କରୁଛି ।

Also Read  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କଲେ ଦ୍ରୌପଦୀ ମୁର୍ମୁ