ମହାନଦୀରେ ବୁଡି ୩ ଛାତ୍ର ନିଖୋଜ ଘଟଣା: ମିଳିଲା ଆଉ ଜଣଙ୍କ ମୃତଦେହ, ଜଣେ ନିଖୋଜ

0
360
body-of-another-missing-minor was-recovered-from-the-mahanadi-river

କଟକ: ଗତକାଲି ଅପରାହ୍ନରେ ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ୩ ଜଣ ନାବାଳକ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ଉଦ୍ଧାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ । ମୃତକ ଜଣଙ୍କ ହେଲେ ଆୟୁର ଖାନ । ଏଥିସହ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି।

ଖବର ଅନୁଯାୟୀ, ରବିବାର ଯୋବ୍ରା ଆନିକଟ ନିକଟରେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ୩ ସାଙ୍ଗ । ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଥିଲା । ପରେ ଉଦ୍ଧାର ଯୁବକଙ୍କୁ ଏସସିବିରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଚୂନ ଭାଟି ଚାରି ଘରିଆର ସାହିଲ ଖାନ୍ । ତାପର ଠାରୁ ନିଖୋଜ ଅନ୍ୟ ୨ ଜଣ (ମହମ୍ମଦ୍ ସିଦ୍ଦିକ୍ ଓ ଆୟୁର ଖାନ୍‌)ଙ୍କୁ ଖୋଜୁଥିଲା ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ । ଏବେ ଆୟୁର ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି ।

Also Read  ନବୀନଙ୍କ ନୂଆ ଟିମ୍‌ରେ ସାମିଲ୍ ହେବେ ନୂଆ ଓ ପୁରୁଣା ମୁହଁ