ଝାରଖଣ୍ଡରେ ରୋପ ୱେ ଦୁର୍ଘଟଣା: ୨ଜଣଙ୍କ ମୃତ୍ୟୁ, ଏବେ ବି ଫସି ରହିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ

0
472
jharkhand-cable-car-accident 2-dead-many-injured

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ବହୁ ଲୋହ ଆହତ ହୋଇଥିବା ବେଳେ ଏବେବି ପ୍ରାୟ ୩୦ଜଣରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି । ସେନା ହେଲିକପ୍ଟର ସାହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।

ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୨ ହଜାର ଫୁଟ ଉପରେ ୪୮ ଜଣ ପର୍ଯ୍ୟଟକ ଝୁଲି ରହିବା ପରେ ସେମାନଙ୍କ ମଧ୍ୟରୁ ୪ଟି ଟ୍ରଲିରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏବେବି ମଝି ଆକାଶରେ ୩୦ରୁ ଅଧିକ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ, ରବିବାର ରାମନବମୀ ଅବସରରେ ସେଠାକୁ ଶତାଧିକ ଲୋକ ବୁଲିବାକୁ ଆସିଥିଲେ ଓ ରୋପ ଓ୍ବେ ରେ ଯାଉଥିଲେ। ହଠାତ୍ କୌଣସି କାରଣକୁ ନେଇ ରୋପଓ୍ବେର ଟ୍ରଲି ପରସ୍ପର ସହିତ ମାଡ ହେବାପରେ ଏହି ଦୁର୍ଘଟଣା ହୋଇଥିଲା।

Also Read  Jharkhand boy arrested from Odisha capital on charges of using 7 fake notes of 2,000 denomination