ଜମିଜମା ବିବାଦକୁ ନେଇ ଗଡ଼ିଲା ମୁଣ୍ଡ, ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ

0
186
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ନବରଙ୍ଗପୁର: ଜମିଜମାକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ । ଜମିରେ ଚାଷ କରିବାକୁ ନେଇ ଭାଇକୁ ହତ୍ୟା କଲା ଭାଇ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନସ୍ଥ ହାତୀବେନା ଗ୍ରାମରେ । ସୂଚନା ଅନୁସାରେ, ପୈତୃକ ଚାଷ ଜମିକୁ ନେଇ କଅଁଲ ଗଣ୍ଡ ନିଜ କକା କାଡ଼ିଆ ଗଣ୍ଡଙ୍କ ପୁଅ ଦେବସିଂ ଗଣ୍ଡ (୪୫)ଙ୍କୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡିଛି। ଏହି ହତ୍ୟାକାଣ୍ଡ ସମୟରେ କମଲଙ୍କ ପତ୍ନୀ ଆଉ ଝିଅ ସହଯୋଗ କରିଥିବା ଅଭିଯୁକ୍ତ ସ୍ବୀକାର କରି ରାଇଘର ଥାନାରେ ନିଜ ପରିବାର ସହିତ ଆତ୍ମସମର୍ପଣ କରିଛନ୍ତି। ଅପରପକ୍ଷରେ ଘଟଣାସ୍ଥଳରେ ଉମରକୋଟ ଏସଡିପିଓ ଦୀନେଶ କୁମାର ନାୟକ ଉପସ୍ଥିତରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ଖବର ଅନୁସାରେ, ସୂଚନା ଅନୁସାରେ ହାତୀବେନା ଗ୍ରାମର ଦେବସିଂ ଗଣ୍ଡ ଗତ ବର୍ଷ ତାଙ୍କ ପୌତୃକ ଜମି ମଧ୍ୟରୁ ଏକ ଏକର ଜମିରେ ଚାଷ କରିଥିଲେ । କିନ୍ତୁ ଚାଷ ସମୟରେ ବିହନ, ସାର, ଟ୍ରାକ୍ଟର ଖର୍ଚ୍ଚ ଓ ମୂଲିଆ ଖର୍ଚ୍ଚ ବାବଦରେ ଯେତିକି ପରିମାଣରେ ଖର୍ଚ୍ଚ ହୋଇଥିଲା ସେହି ପରିମାଣରେ ଫସଲ ଆଦାୟ ହୋଇ ପାରିଲା ନାହିଁ । ଫଳରେ ଦେବସିଂଙ୍କ ଚାଷରେ କ୍ଷତି ହୋଇଥିଲା । ଏହି କାରଣରୁ ଚଳିତ ବର୍ଷ ମଧ୍ୟ ସେହି ଜମିରେ ପୁଣିଥରେ ଚାଷ କରି ଗତବର୍ଷ ହୋଇଥିବା କ୍ଷତିର ଭରଣା କରିବାକୁ ସେ ଚାହୁଁଥିଲେ । ଏହି ବିଷୟରେ ନିଜ ବଡ଼ ବାପା ପୁଅ ଭାଇ କମଲୁ ଗଣ୍ଡ ସହ କଥା ହେବା ପାଇଁ ତାଙ୍କ ନିକଟକୁ ଯାଇଥିଲେ । କିନ୍ତୁ କମଲୁ ଦେବସିଂଙ୍କ କଥାରେ ରାଜି ହୋଇନଥିଲେ । ଉଭୟଙ୍କ ମଧ୍ୟରେ ବଚସା ଓ ଗୋଣ୍ଡଗଳ ହୋଇଥିଲା । କମଲୁ ଗଣ୍ଡ ରାଗିଯାଇ ଏକ ଟାଙ୍ଗିଆ ସାହାଯ୍ୟରେ ଦେବସିଂକୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦେବସିଂ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ହାତୀବେନା ଗ୍ରାମରେ ରାଇଘର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀ ଭାଇ କମଲୁକୁ ଥାନାରେ ଅଟକ ରଖିଛି । ଘଟଣା ବିଷୟରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Also Read  37th Sub-Junior National Archery Championship to be held at Kalinga Stadium in Odisha capital from Mar 17-22, 2017

LEAVE A REPLY

Please enter your comment!
Please enter your name here