ଜମିଜମା ବିବାଦକୁ ନେଇ ଭାଇକୁ ଗୁଳି ମାରିଲା ଭାଇ, ଜଣେ ଗୁରୁତର

0
162
Brother shot his brother for Property

ଖଲ୍ଲିକୋଟ: ସମ୍ପତି ପାଇଁ ଫିକା ପଡିଲା ରକ୍ତ ସମ୍ପର୍କ । ଜମିଜମା ବିବାଦକୁ ନେଇ ଭାଇକୁ ଗୁଳିମାଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଭିକାପଡାରେ । ଗୁଳିମାଡ଼ର ଶିକାର ହୋଇଛନ୍ତି ସେହି ଭିକାପଡାର ବିରେନ ଦଲେଇ । ତେବେ ବିରେନଙ୍କୁ ତାଙ୍କ ବଡ଼ବାପାଙ୍କ ପୁଅ ଗୁଳିମାଡ଼ କରିଥିବା ସୂଚନା । ବିରେନଙ୍କୁ ସଂଗେ ସଂଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also Read  30 lakh school children go through hallowing time in schools in Odisha districts having no electricity during these scorching summers

LEAVE A REPLY

Please enter your comment!
Please enter your name here