ନଇଡ଼ା ସୋସାଇଟିରେ ମହିଳାଙ୍କୁ ଆକ୍ରମଣ କରିଥିବା ‘ବିଜେପି କର୍ମୀ’ ବିରୁଦ୍ଧରେ ବୁଲ୍‌ଡୋଜର୍‌ କାର୍ଯ୍ୟାନୁଷ୍ଠାନ

0
250

ନୂଆଦିଲ୍ଲୀ: ନିକଟ ଅତୀତରେ ନଇଡ଼ାର ଏକ ହାଉସିଙ୍ଗ୍‌ ସୋସାଇଟିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ରାଜନେତା ନିଜ ଜାଗାଠୁ ଅଧିକ ଆଗକୁ ମଡ଼ାଇ ନିର୍ମାଣ କରିଥିବା ଘର ଭାଙ୍ଗିବା ପାଇଁ ବୁଲ୍‌ଡୋଜର ଆସି ପହଞ୍ଚିଛି। ‘ବିଜେପି କିଷାନ୍‌ ମୋର୍ଚ୍ଚା’ର ସଦସ୍ୟ ବୋଲାଉଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଘରର ବେଆଇନ୍‌ ଢାଞ୍ଚା ଭାଙ୍ଗିବା ପାଇଁ ସରକାରୀ କର୍ତ୍ତୃପକ୍ଷମାନେ ପୁଲିସ କର୍ମଚାରୀମାନଙ୍କ ସହିତ ନଇଡ଼ା ସେକ୍ଟର୍‌-୯୩ବି ସ୍ଥିତ ‘ଗ୍ରାଣ୍ଡ୍‌ ଓମାକ୍ସ୍‌ ସୋସାଇଟି’ରେ ପହଞ୍ଚିଛନ୍ତି।

ଗତକାଲି ଉକ୍ତ ମହିଳାଙ୍କ ସନ୍ଧାନରେ ଯାଇ ‘ସୋସାଇଟି’ରେ ଗଣ୍ଡଗୋଳ କରିଥିବା ତ୍ୟଗୀଙ୍କ ସହଯୋଗୀମାନଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଉଲ୍ଲେଖଯୋଗ୍ୟ, ଅଳ୍ପ କିଛି ଦିନ ତଳେ ‘ଗ୍ରାଣ୍ଡ୍‌ ଓମାକ୍ସ୍‌ ସୋସାଇଟି’ରେ ବିଜେପି କିଷାନ୍‌ ମୋର୍ଚ୍ଚାର ସଦସ୍ୟ ତ୍ୟାଗୀ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଚାରା ରୋପଣ କଥାକୁ ନେଇ ବିବାଦ ହୋଇଥିଲା। ସେ ସ୍ଥାନରେ ଚାରା ରୋପଣ ନିୟମ ବିରୁଦ୍ଧ ‌ବୋଲି ମହିଳାଜଣକ ଆପତ୍ତି କରିଥିବା ବେଳେ ତ୍ୟାଗୀ କହିଥିଲେ ଯେ, ଚାରା ଲଗାଇବା ତାଙ୍କ ଅଧିକାରଭୁକ୍ତ।

ଏହାପରେ ତ୍ୟାଗୀ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ ହୋଇ ପୁଲିସରେ ଅଭିଯୋଗ ହେବା ଓ ସେ ଦଳର ସଦସ୍ୟ ନୁହନ୍ତି ‌ବୋଲି ‘ବିଜେପି’ ସ୍ପଷ୍ଟ କରିବା ପରେ ତ୍ୟାଗୀ ଫେରାର ହୋଇଯାଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ଏହି ମାମଲାରେ ଅବହେଳା କରିଥିବାରୁ ନଇଡ଼ା ଫେଜ୍‌୨ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଜିତ ଉପାଧ୍ୟାୟଙ୍କୁ ନିଲମ୍ବନ କରାଯାଇଛି।

Also Read  ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ : ନିଲମ୍ବିତ ହେଲେ ଦୁଇ ମହିଳା କର୍ମଚାରୀ