ଧୋକାଦେଲା ଫେସବୁକ ପ୍ରେମ: ବିବାହ ପରେ ପଦାରେ ପଡ଼ିଲା ନବବଧୂର ପ୍ରକୃତ ପରିଚୟ, ଯୁବତୀ ବେଶରେ ପୁଅକୁ କରିଥିଲେ ବିବାହ

0
195
youth-got-shocked-having-seen-a-male-as-his-wife-after-marriage

ଭଦ୍ରକ: ମହଙ୍ଗା ପଡିଲା ଫେସବୁକରୁ ପ୍ରେମ କରି ବାବହ କରିବା । ଫେସବୁକ ପ୍ରେମ ବିବାହରୁ ଠକିଗଲେ ଯୁବକ । ଝିଅ ନୁହେଁ ଜଣେ ପୁଅକୁ ହେଲେ ବାହା । ନିଜ ପ୍ରେମିକାକୁ ପତ୍ନୀ ଭାବେ ପାଇ ବେଶ୍ ଖୁସି ଥିଲେ ଯୁବକ । ଘଟଣା ଜଣାପଡ଼ିବା ପରେ ପ୍ରେମିକର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ଭଦ୍ରକ ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳର ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରେମିକ ପଶ୍ଚିମବଙ୍ଗର ଓ ପ୍ରେମିକା କେନ୍ଦ୍ରାପଡ଼ା ଜମ୍ବୁ ଅଞ୍ଚଳର ।

ପରିଚୟ ଗୋପନ ରଖି ଜଣେ ପୁଅ ନାଁ ବଦଳାଇ ମେଘନା ରଖିଥିଲେ । ଆଉ ଏହି ନାଁରେ ବିବାହ ବି କରିଥିଲେ । ବଧୂବେଶ ସାଜିଥିବା ନୂଆବୋହୁ ଝିଅ ବଦଳରେ ପୁଅ ବୋଲି ଜଣାପଡିଗଲା । ନବବଧୂ ମେଘନା ନୁହେଁ ମେଘନାଦ ବୋଲି ସତ ପଦାକୁ ଆସିଲା ପରେ ଲୋକେ ବର୍ଷିଲେ ।

ସୂଚନା ଅନୁସାରେ, ଫେସବୁକରୁ ପ୍ରେମ ହେବା ପରେ ଦୁହେଁ ବିବାହ କରିବାର ପ୍ରତିଶ୍ରୁତି ନେଇଥିଲେ । ପରେ ୨୪ ତାରିଖରେ ଯୁବକ ଜଣଙ୍କ ପ୍ରେମିକା ମେଘନାଙ୍କୁ ଚଣ୍ଡିଖୋଲରୁ ଆଣି ଯୁବକ ଜଣଙ୍କ ତାଙ୍କୁ ବାସୁଦେବପୁର ତାଙ୍କ ମାମୁଙ୍କ ଘରକୁ ନେଇ ଯାଇଥିଲେ । ମାମୁ ଘର ଲୋକେ ମେଘନାଙ୍କୁ ସ୍ୱାଗତ କରିଥିଲେ । ପରେ ଦୁଇ ଜଣଙ୍କ ବିବାହ ହୋଇଥିଲା । ଭୋଜି ଭାତର ଆୟୋଜନ ମଧ୍ୟ କରାଯାଇଥିଲା । ଭୋଜି ଖାଇବାକୁ ଆସିଥିବା ଜଣେ ଲୋକ ମେଘନାକୁ ଚିହ୍ନିଥିଲେ । ସେ ମେଘନା ନୁହଁ ମେଘନାଦ ବୋଲି କହିଥିଲେ । ସେ ତାଙ୍କ ପୁତୁରା ହିସାବର ହେବ ବୋଲି କହିଥିଲେ । ଏକଥା ଗାଁରେ କହିବା ପରେ ଗାଁଲୋକ ଏକତ୍ରିତ ହୋଇ ମାଡ଼ ମାରିଥିଲେ । ପରେ ମେଘନା, ମେଘନାଦ ବୋଲି ଜଣାପଡ଼ିଥିଲା । ମେଘନାଦର ଚାଲିଚଳନ କଥାବାର୍ତ୍ତା ସବୁ ଝିଅ ପରି ଥିଲା । ଏପରିକି ଝିଅଙ୍କ ପରି ପୋଷାକ ମଧ୍ୟ ସେ ପିନ୍ଧୁଥିଲା । ପରେ ଗ୍ରାମବାସୀ ମେଘନାଦ ରଖିଥିବା ଲମ୍ବା ଚୁଟିକୁ କାଟି ପକାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମେଘନାଦକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Also Read  ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ବିଷୟରେ ଚର୍ଚ୍ଚା ଚାଲିଥିବା ବେଳେ ଅମିତ ଶାହଙ୍କୁ ଭେଟିଲେ ସିନ୍ଦେ ଓ ଫଡ଼ନବୀସ

LEAVE A REPLY

Please enter your comment!
Please enter your name here