ଓଭରଟେକ୍‌ ହେଲା କାଳ: ଟ୍ରକ ଓ ବସ୍‌ ମଧ୍ୟରେ ଦୁର୍ଘଟଣା; ୭ ମୃତ, ୨୬ ଗୁରୁତର

0
400
bus-and-lorry-accident-in-Karnataka 7-died-and-26-injured

କର୍ଣ୍ଣାଟକ: କର୍ଣ୍ଣାଟକର ହୁବୁଳୀ ଠାରେ ସୋମବାର ବିଳମ୍ବିତ ରାତିରେ ଏକ ଯାତ୍ରୀ ବାହୀ ବସ୍‌କୁ ଟ୍ରକ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୬ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ପୋଲିସର ସୂଚନା ମୁତାବକ, ଏହି ଯାତ୍ରୀବାହୀ ବସ୍‌ କୋହ୍ଲାପୁରରୁ ବେଙ୍ଗାଲୁରୁ ଯାଉଥିଲା। ବିଳମ୍ବିତ ରାତି ପ୍ରାୟ ୧୨.୩୦ରୁ ୧ ଟା ମଧ୍ୟରେ ଧାରବାଡ଼ ଅଭିମୁଖେ ଯାତ୍ରା କରୁଥିବା ଟ୍ରକ ସହ ବସ୍‌ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସ୍‌ ଡ୍ରାଇଭରଙ୍କର ଭୁଲ ଥିବା କୁହାଯାଉଛି। କାରଣ ବସ୍‌ ଡ୍ରାଇଭର ଟ୍ରକକୁ ଓଭର ଟେକ୍‌ କରିବାକୁ ଚେଷ୍ଟା କରୁଥିଲେ। ଏଥିରେ ଉଭୟ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଛି। ତେବେ ସମସ୍ତ ଆହତଙ୍କୁ ହୁବୁଳୀର କେଆଇଏମ୍‌ଏସ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Also Read  Bhitarkanika to Remain Shut for Visitors From January 14 to 22