କଲଭର୍ଟରେ ପିଟି ହୋଇ ବରମୁଣ୍ଡା ବ୍ରିଜ୍‌ ନିକଟରେ ଜଳିଗଲା ବସ୍, କାଚ ଭାଙ୍ଗି ଉଦ୍ଧାର ହେଲେ ଯାତ୍ରୀ

0
515
bus-caught-fire-near-bermunda-bridge bhubaneswar

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍ । ଭାରସାମ୍ୟ ହରାଇ ବ୍ରିଜର ବାଡ଼ରେ ପିଟି ହେବା ପରେ ଗାଡ଼ିରେ ଲାଗିଲା ନିଆଁ । କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇ ନ ଥିବା ଜଣାଯାଇଛି। ବସରେ ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳ ବାହିନୀ । ୩ଟି ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲା । ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହୀ ବସ୍।

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ବସ୍‌ ଆସୁଥିଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିବାର କିଛି ସମୟ ପୂର୍ବରୁ ବସ୍‌ଟି ବରମୁଣ୍ଡା ଓଭର୍ ବ୍ରିଜ ତଳେ ଦୃତ ଗତିରେ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ବସ୍‌ଟି ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଯାଇଥିଲା। ଫଳରେ ବସ୍‌ର ଇଞ୍ଜିନଟି ହଠାତ୍‌ ଜଳିବା ଆରମ୍ଭ କଲା । ଏହାପରେ ସମ୍ପୂର୍ଣ୍ଣ ବସ୍‌ଟି ହୁତୁହୁତୁ ହୋଇ ଜଳିଥିଲା।

Also Read  ଅଗ୍ନିକାଣ୍ଡ କରୁଥିବା ଯୁବକମାନେ ଅଗ୍ନିବୀର ହୋଇପାରିବେ ନାହିଁ : ଭାରତୀୟ ସେନା