ଭାରସାମ୍ୟ ହରାଇ ଓଲଟିଲା ଯାତୀବାହୀ ବସ୍, ୨୨ ଯାତ୍ରୀ ଆହତ

0
375
bus-overturned-in-jajpur

ଯାଜପୁର: ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌ ।୨୨ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ନେଇ ମିଳିଛି ସୂଚନା । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଠି ଛକ ନିକଟରେ ଘଟିଛି ଏପରି ମର୍ମଦୁନ୍ତ ଦୁର୍ଘଟଣା । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଭୁବନେଶ୍ୱରରୁ ବାରିପଦା ଯାଉଥିବା ଜୟଦୁର୍ଗା ନାମକ ଏକ ବସ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭୁବନେଶ୍ୱରରୁ ବାରିପଦା ଯାଉଥିଲା ଏହି ବସ୍ । ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବସରେ ମୋଟ ୪୫ ଯାତ୍ରୀ ଥିଲେ ।

Also Read  ଏଣିକି ଏହି ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ମିଳିବ ନଗଦ ଟଙ୍କା ପୁରସ୍କାର