ରାଜଧାନୀ ଭୁବନେଶ୍ବରରେ ନାବାଳିକା ନବବଧୂକୁ ହତ୍ୟା !

0
101
deadbody-of-a-delivery-boy-with-injury-marks-recovered-in-cuttack

ଭୁବନେଶ୍ବର : ରାଜଧାନୀରେ ନାବାଳିକା ନବବଧୂକୁ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଲେ ନବବଧୂଙ୍କ ପରିବାର ଲୋକେ। ଏହି ଘଟଣାରେ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଭରତପୁର ପୋଲିସ୍।

ସୂଚନା ମୁତାବକ, ଗତକାଲି ରାତିରେ ନବବଧୂଙ୍କ ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୃତଦେହ। ବର୍ଷେ ପୂର୍ବରୁ ଗଞ୍ଜାମ ଜଗନ୍ନାଥ ପ୍ରସାଦ ଅଞ୍ଚଳରୁ ନାବାଳିକା ଝିଅକୁ ନେଇ ଆସି ବିବାହ କରିଥିଲା ସ୍ୱାମୀ ଚୈତନ୍ୟ ରାୟ। ଏହି ଘଟଣା ଘଟିଛି ଭରତପୁର ଅଞ୍ଚଳରେ । ତେବେ ଖବର ପାଇ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ୍।

Also Read  ହଟିଲା ୱିକେଣ୍ଡ କର୍ଫ୍ୟୁ : ୫୦% କ୍ଷମତାରେ ଚାଲିବ ସିନେମା ହଲ୍‌

LEAVE A REPLY

Please enter your comment!
Please enter your name here