ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍ ମିଡିଆ କମ୍ପାନୀ ଟ୍ୱିଟରକୁ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍ଲା କମ୍ପାନୀ ମାଲିକ ଏଲନ୍ ମସ୍କ । ଏହାକୁ ନେଇ ଇ-କମର୍ସ କମ୍ପାନୀ ସ୍ନାପଡିଲ୍ର ମୁଖ୍ୟ ପରିଚାଳନା ଅଧିକାରୀ ଏକ ମଜାଳିଆ ଉପଦେଶ ଦେଇଛନ୍ତି ।
ସିଇଓ କୃଣାଳ ବହଲ, ମସ୍କଙ୍କୁ ଟ୍ୱିଟର କିଣିବା ବଦଳରେ ଶ୍ରୀଲଙ୍କାକୁ କିଣିନିଅନ୍ତୁ ବୋଲି କହିଛନ୍ତି । କାରଣ ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତିକରୁଛି । ଦେଶରେ ମହଙ୍ଗା ଚରମ ସୀମାରେ ପହଞ୍ଚିଲାଣି । ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି ।
ହସିବା ଇମୋଜି ସହିତ କୃଣାଲ ଟ୍ୱିଟ୍ କରି କହିଛନ୍ତି ଯେ ଟ୍ୱିଟର କିଣିବା ପାଇଁ ମସ୍କ ୪୩ ବିଲିୟନ୍ ଡଲାରର ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ଶ୍ରୀଲଙ୍କା ଉପରେ ୪୫ ବିଲିୟନ୍ ଡଲାର୍ର କରଜ ରହିଛି । ଏଲନ୍ ମସ୍କ ଚାହିଁଲେ ଟ୍ୱିଟରକୁ କିଣିପାରିବେ ଏବଂ ନିଜକୁ ଶୀଲନ୍ ମସ୍କ କହିପାରିବେ ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଅନ୍ୟନାମ ଶୀଲନ୍ । ଏହି ଦେଶ ଏବେ କରଜରେ ବୁଡ଼ି ରହିଛି । ପରିସ୍ଥିତି ଏପରି ହୋଇଛି ଯେ ଶ୍ରୀଲଙ୍କା ବିଦେଶ ରାଷ୍ଟ୍ର ମାନଙ୍କର କରଜକୁ ସୁଝିବା ପାଇଁ ଅନ୍ୟ ରାଷ୍ଟ୍ରଙ୍କୁ ସାହାଯ୍ୟ ମାଗିଛି ।