ଏବେ ନିଃଶ୍ୱାସ ଯାଞ୍ଚରୁ ଚିହ୍ନଟ ହେବ କରୋନା; ୩ ମିନିଟ୍‌ରେ ମିଳିଯିବ ରେଜଲ୍ଟ

0
483
now-corona-will-be-detected-even-by-breath-test report in 3 minutes

ପୁଣି ଧୀରେ ଧୀରେ ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଛି, ଯାହାକୁ ନେଇ ବୈଜ୍ଞାନିକମାନେ ପରବର୍ତ୍ତୀ ଲହରକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା ପ୍ରକାଶ କରୁଛନ୍ତି। ଏହାରି ଭିତରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ନିଃଶ୍ୱାସ ମାଧ୍ୟମରେ କୋଭିଡ୍‌-୧୯ର ପତ୍ତା ଲଗାଇବା ପାଇଁ ବ୍ରିଥ୍‌ଲାଇଜରକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛି। ଏହି ଡିଭାଇସ୍‌ ଦ୍ୱାରା ନିଃଶ୍ୱାସ ମାଧ୍ୟମରେ କୋଭିଡ୍‌-୧୯ର ପତ୍ତା ଲଗାଯାଇ ପାରିବ। ଉପକରଣର ନାମ ହେଉଛି ‘ଇନସ୍ପେକ୍ଟଆଇଆର୍‌ କୋଭିଡ୍‌-୧୯ ବ୍ରିଥ୍‌ଲାଇଜର’।

ଇନସ୍ପେକ୍ଟଆଇଆର୍‌ କୋଭିଡ୍‌-୧୯ ବ୍ରିଥ୍‌ଲାଇଜରର ପ୍ରୟୋଗ କ୍ଲିନିକ, ହସ୍ପିଟାଲ ଏବଂ ମୋବାଇଲ ସାଇଟ୍‌ ଭଳି ସ୍ଥାନଗୁଡ଼ିକରେ କୋଭିଡ୍‌ ଟେଷ୍ଟିଂ ପାଇଁ କରାଯାଇ ପାରିବ। ଏହାର ଯାଞ୍ଚ ରିପୋର୍ଟ ୩ ମିନିଟ୍‌ ଭିତରେ ଆସିଯିବ। ଯଦିଓ ଏହାର ବ୍ୟବହାର କେବଳ ଲାଇସେନ୍ସ ପ୍ରାପ୍ତ ହେଲ୍‌ଥ କେୟାର ପ୍ରୋଭାଇଡରର ତତ୍ତ୍ୱାବଧାନରେ ହିଁ ହୋଇ ପାରିବ।

FDAର ସେଣ୍ଟର ଫର୍‌ ଡିଭାଇସ୍‌ ଆଣ୍ଡ ରେଡିଓଲୋଜିକାଲ୍‌ ହେଲ୍‌ଥର ନିର୍ଦ୍ଦେଶକ ଜେଫ୍‌ ସୁରେନ କହିଛନ୍ତି, ଏହି ଡିଭାଇସ୍‌ କୋଭିଡ୍‌-୧୯ ଟେଷ୍ଟିଂରେ ଦ୍ରୁତ ଗତିରେ ହେଉଥିବା ଇନୋଭେସନର ଆଉ ଏକ ଉଦାହରଣ। ଏହାଦ୍ୱାରା କରୋନା ଭାଇରସ୍‌ ଟେଷ୍ଟିଂରେ ବହୁତ ସୁବିଧା ମିଳି ପାରିବ। ଏହି ଡିଭାଇସ୍‌ ପଜିଟିଭ ଟେଷ୍ଟ୍‍ ନମୁନାକୁ ଚିହ୍ନଟ କରିବାରେ ୯୧.୨ ପ୍ରତିଶତ ଏବଂ ନେଗେଟିଭ୍‌ ଟେଷ୍ଟ୍‍ ନମୁନାକୁ ଚିହ୍ନଟ କରିବାରେ ୯୯.୩ ପ୍ରତିଶତ ଫଳପ୍ରଦୀ ରହିଛି।

FDA ଆଶା କରିଛି ଯେ ଇନସ୍ପେକ୍ଟଆଇଆର୍‌ ପ୍ରତି ସପ୍ତାହରେ ପାଖାପାଖି ୧୦୦ ଉପକରଣ ଉତ୍ପାଦନ କରିବ, ଯାହାର ବ୍ୟବହାର ପ୍ରତିଦିନ ୧୬୦ ନମୁନା ଟେଷ୍ଟିଂ ପାଇଁ କରାଯାଇ ପାରିବ ଏବଂ ପ୍ରତି ମାସରେ ପାଖାପାଖି ୬୪,୦୦୦ ନମୁନା ଟେଷ୍ଟିଂ କ୍ଷମତା ସମ୍ଭବ ହୋଇ ପାରିବ।

Also Read  India reports another highest single-day spike of 45 K COVID Positive cases and 1,129 deaths