ଚାନ୍ଦବାଲି: କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇକୁ ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ଟିମ୍ ଭଦ୍ରକ ନଳ।ଙ୍ଗରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କ୍ରାଇମ୍ବ୍ରାଞ୍ଚ କରିଥିବା ରିମାଣ୍ଡ ଆବେଦନର ଶୁଣାଣି କରି ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଚାନ୍ଦବାଲି ଜେଏମଏଫସି । ଶର୍ମିଷ୍ଠାଙ୍କ ସମେତ ଅନ୍ୟ ୪ଜଣ ଝୁନା ଭୋଇ, ନିରଞ୍ଜନ, ରଞ୍ଜନ ରିମାଣ୍ଡରେ ଯିବେ । ମଙ୍ଗଳବାର ଠାରୁ ଏପ୍ରିଲ ୩ ତାରିଖ ଯାଏ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ। ତେବେ ଏହି ସମସ୍ତେ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ।
ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । ତଦନ୍ତ ଓ କ୍ରାଇମ ରି-କ୍ରିଏସନ ପାଇଁ ରିମାଣ୍ଡରେ ନେବାକୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ୪ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଚାନ୍ଦବାଲି ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି।