କୋଲକାତାରେ ତିନି କଂଗ୍ରେସ ବିଧାୟକଙ୍କଠୁ ପୁଳା ପୁଳା ଟଙ୍କା ଜବତ

0
128

କୋଲକାତା: ପଶ୍ଚିମବଙ୍ଗରେ ଝାଡ଼ଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକ ବିପୁଳ ପରିମାଣର ଟଙ୍କା ସହ ଧରାପଡ଼ିଛନ୍ତି। ପୋଲିସର କହିବା ଅନୁଯାୟୀ, ବିଧାୟକଙ୍କୁ ମିଳୁଥିବା ଟଙ୍କା ଏତେ ପରିମାଣର ଯେ, ବିନା ମେସିନରେ ଏହାକୁ ଗଣି ହେବ ନାହିଁ। ଖବର ଲେଖାହେବା ସୁଦ୍ଧା ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନକୁ ଅପେକ୍ଷା କରିଥିବା ପୁଲିସ କହିଛି। ଗିରଫ ତିନି ଜଣ ହେଲେ ଝାଡଖଣ୍ଡର ବିଧାୟକ ଇର୍ଫାନ୍ ଅନସାରୀ, ରାଜେଶ କଚ୍ଛପ ଓ ନମନ ବିକ୍ସଲ୍ । ହାଓ୍ୱଡ଼ା ଏସପି ସ୍ୱାତୀ ଭାଙ୍ଗାଲିଆ ଏଗି ସୂଚନା ଦେଇଛନ୍ତି। ଏତେ ପରିମାଣର ଟଙ୍କା ଜବତ ହେବା ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି।

ଝାଡ଼ଖଣ୍ଡ ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ଯେ, ଝାଡ଼ଖଣ୍ଡରେ କଂଗ୍ରେସ କ୍ଷମତାକୁ ଆସିବା ପରଠାରୁ ଦୁର୍ନୀତି ବଢ଼ିବାରେ ଲାଗିଛି। ପୂର୍ବରୁ ମଧ୍ୟ ଝାଡ଼ଖଣ୍ଡରେ ଅଧିକାରୀଙ୍କ ଘରୁ ନଗଦ ଟଙ୍କା ଜବତ ହୋଇଥିଲା। ସେ କହିଛନ୍ତି, “ଏହି ଲୋକମାନେ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥର ଅପବ୍ୟବହାର କରୁଛନ୍ତି। ଝାଡ଼ଖଣ୍ଡର କଂଗ୍ରେସ ବିଧାୟକମାନେ ନଗଦ ଟଙ୍କା ସହ ଧରାପଡ଼ିବା ପରେ ଟିଏମସି ଟୁଇଟ୍ କରିଛି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ସେ ଟ୍ୱିଟ୍ କରି କହିଛି।

ହାଓ୍ୱଡାରେ ଝାଡଖଣ୍ଡ କଂଗ୍ରେସ ବିଧାୟକଙ୍କ କାରରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ଇଡି କେବଳ କିଛି ବଛା ବଛା ଲୋକଙ୍କ ବିରୋଧରେ ସକ୍ରିୟ ଅଛି କି? ଉଲ୍ଲେଖଯୋଗ୍ୟ, ବିପୁଳ ପରିମାଣର ଟଙ୍କା ଜବତକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି ପଶ୍ଚିମବଙ୍ଗ। ରାଜ୍ୟର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫୦ କୋଟି ଟଙ୍କା ଜବତ କରିଛି। ଶିକ୍ଷକ ନିୟୁକ୍ତି ଦୁର୍ନୀତି ମାମଲାରେ ଏହି ଟଙ୍କା ଜବତ ହୋଇଛି।

Also Read  ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି

LEAVE A REPLY

Please enter your comment!
Please enter your name here