ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ । ଏଥର ୯୨.୭୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଛାତ୍ରୀମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସୂଚନା ପାଇପାରିବେ । ଚଳିତବର୍ଷ ସାରା ଦେଶରୁ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ପରୀକ୍ଷାର୍ଥୀ ଦଶମରେ ପରୀକ୍ଷା ଦେଇଛନ୍ତି । ସେହିପରି ଦ୍ୱାଦଶରେ ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୨ଟାରେ ଆସିବ ଦଶମ ପରୀକ୍ଷା ଫଳ ।
ଛାତ୍ରଛାତ୍ରୀ ସିବିଏସ୍ଇର ଅଫିସିଆଲ୍ ୱେବସାଇଟ୍ https://cbseresults.nic.in/ ରେ ନିଜ ଫଳାଫଳ ଯାଞ୍ଚ କରିପାରିବେ | ଏଥିପାଇଁ ତିନୋଟି ଲିଙ୍କ୍ ଜାରି କରାଯାଇଛି। ଚଳିତବର୍ଷ ଦ୍ୱାଦଶରେ ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ପରୀକ୍ଷା ଦେଇଥିବାବେଳେ ୧୩ ଲକ୍ଷ ୩୦ହଜାର ୬୬୨ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ୩.୨୯ ପ୍ରତିଶତ ଅଧିକ ରହିଛି । ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି । ଭୁବନେଶ୍ୱରରେ ପାସ୍ ହାର ୯୦.୩୭ ପ୍ରତିଶତ । ୧୬ଟି ରିଜନରୁ ୧୩ ନମ୍ବର ସ୍ଥାନରେ ଭୁବନେଶ୍ୱର ରହିଛି । ତ୍ରିଭେନ୍ଦ୍ରମ୍ ରିଜନରେ ସର୍ବାଧିକ ପାସହାର ୯୮.୮୩ ପ୍ରତିଶତ । ତେବେ ଗତବର୍ଷ ତୁଳନାରେ ଚଳିତ ଥର ପାସ ହାର କମ୍ ରହିଛି ।