ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ, ୧୦୮ ଘଣ୍ଟାର ଅପରେସନ ପରେ ୬୦ ଫୁଟ ତଳୁ ଉଦ୍ଧାର ହୋଇ ଚାଲିଥିଲା ଚିକିତ୍ସା

0
140
chhattisgarhs-borewell-hero rahul-was-discharged-from-hospital

ଛତିଶଗଡ: ଡାକ୍ତରଖାନାରୁ ଡିସଚାର୍ଜ ହେଲା ରାହୁଲ । ଜାଞ୍ଜିଗିର୍ ଚାମ୍ପାର ପିହିରିଦ୍ ଗାଁରେ ଖେଳୁଥିବା ସମୟରେ ୬୦ ଫୁଟ ବୋରୱେଲରେ ଖସିପଡ଼ିଥିଲା ରାହୁଲ । ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ରାହୁଲଙ୍କୁ ବୋରଓ୍ୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଅସୁସ୍ଥ ରାହୁଲଙ୍କୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୧୨ ଦିନ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାହୁଲ । ଏବେ ତା ମୁହଁରେ ହସ ଫୁଟିଲାଣି । ଦୁନିଆଁକୁ ଦ୍ଵିତୀୟ ଥର ପାଇଁ ପୁନର୍ଜୀବନ ପାଇ ଫେରିବା ପରେ ରାହୁଲ ହସୁଥିବା ଦେଖିବାକୁ ମିଳିଛି । କିଛି ଦିନ ରାହୁଲର ଚିକିତ୍ସା ହେବା ପରେ ରାହୁଲର ସ୍ବାସ୍ଥ୍ୟାବସ୍ଥାରେ ଧିରେଧିରେ ଉନ୍ନତି ଆସୁଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ତେବେ ଆଜି ରାହୁଲଙ୍କୁ ବିଦାୟ ଦେବାକୁ ହସ୍ପିଟାଲର ଗେଟ୍ ପର୍ଯ୍ୟନ୍ତ ଆସିଥିଲେ ଡାକ୍ତର ଓ ମେଡିକାଲ କର୍ମଚାରୀ । ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ତାଙ୍କ ଗାଁରେ ବ୍ୟାପକ ଆୟୋଜନ କରାଯାଇଛି ।

ରାହୁଲଙ୍କୁ ସ୍ୱାଗତ ଓ ସମର୍ଦ୍ଧନା ପାଇଁ ଜିଲା ପ୍ରସାସନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଖୋଦ ଝାଂଜଗିର ଚମ୍ପା ଜିଲାପାଳ ଜିତେନ୍ଦ୍ର ଶୁକ୍ଳା ଆପୋଲୋ ହସ୍ପିଟାଲ ପହଁଚି ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ରାହୁଳଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇଛନ୍ତି ।

Also Read  ଦେଶରେ କୋଭିଡ୍‌-୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି; ୨୪ ଘଣ୍ଟାରେ ୧୭,୧୩୫ ଆକ୍ରାନ୍ତ ଚିହ୍ନଟ

LEAVE A REPLY

Please enter your comment!
Please enter your name here