ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍

0
115
chief-minister-ashok-gehlot-will-go-to-udaipur

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଦୟପୁରରେ ତଣ୍ଟିକାଟି ହତ୍ୟାକାଣ୍ଡ ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ରାଜସ୍ଥାନ ସରକାର କଠୋର ଦଣ୍ଡ ଅପରାଧୀଙ୍କୁ ଦିଅନ୍ତୁ ବୋଲି ଦାବି ହେଉଛି । ଏପରିକି ରାଜ୍ୟ ସରକାର ତୁଷ୍ଟିକରଣ ନୀତିଯୋଗୁ ଅପରାଧିମାନେ ସରକାରଙ୍କୁ ଭୟ କରୁନାହାଁନ୍ତି ବୋଲି ଅଭିଯୋଗ ହେଉଛି । ଏହାରି ଭିତରେ ଆଜି ଉଦୟପୁର ଯିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ।

ମୁଖ୍ୟମନ୍ତ୍ରୀଙ୍କ ସହ ଗୃହରାଜ୍ୟ ମନ୍ତ୍ରୀ ଓ ପୋଲିସ ଡିଜି ମଧ୍ୟ ଉଦୟପୁର ଯିବେ । ଦରଜୀ କହ୍ନୈୟାଲାଲଙ୍କ ପରିବାର ଲୋକଙ୍କ ସହ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହା ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଥିଲେ । ସବୁ ଦଳ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ରାଜସ୍ଥାନରେ ଏବେ ପରିସ୍ଥିତି ଶାନ୍ତ ହେବା ପରି ଜଣାପଡୁନାହିଁ । ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଧର୍ମଘଟ ଡାକରା ଦିଆଯାଇଛି ।

Also Read  ଦୁର୍ନୀତି ଭାରତକୁ ଉଇ ଖାଇଲା ଭଳି ଖାଇଯାଉଛି; ପରିବାରବାଦ ବଡ଼ ଚାଲେଞ୍ଜ୍‌: ପ୍ରଧାନମନ୍ତ୍ରୀ ମୋଦୀ

LEAVE A REPLY

Please enter your comment!
Please enter your name here