ଭୁବନେଶ୍ବର: ଅସୁରକ୍ଷିତ ରାଜଧାନୀ ଭୁବନେଶ୍ବର। ଏଣିକି ନିଜର ଆଉ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେଲେ ନିଜକୁ ଧ୍ୟାନ ଦେବାକୁ ପଡିବ। କାରଣ ଅପରାଧୀ ଓ ଅପରାଧ ଏତେ ବଢିଲାଣି ଯେ ଏଥିରେ ଲଗାମ ଲଗାଇବାରେ ପୋଲିସ ନାକେଦମ । ଯାହା ଫଳରେ ଅପରାଧୀମାନେ ବେଫିକର ହୋଇ ଦିନ ଦ୍ବିପ୍ରହରେ କରୁଛନ୍ତି ଅପରାଧ ଓ ପିଲା ଚୋରୀ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ବରର ଇନଫୋସିଟି ଅଞ୍ଚଳରୁ ।
୧୬ ତାରିଖରେ ଏକ ଶିଶୁକୁ ଅପହରଣ କରିନେଇଥିଲା ଜଣେ ଦୁର୍ବୃତ୍ତ । ପରେ ୨୦ ତାରିଖରେ ଶିଶୁ କରାଯାଇଛି ଉଦ୍ଧାର । ଘଟଣା ଘଟିଥିଲା ଇନ୍ଫୋସିଟି ଥାନା ଜଳିମୁଣ୍ଡ ବସ୍ତି ଅଞ୍ଚଳରେ । ଜଣେ ଅଭିଯୁକ୍ତକୁ ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି । କୁଆଡେ ନେଉଥିଲା, କାହିଁକି ନେଉଥିଲା ତଦନ୍ତ କରୁଛି ପୋଲିସ ।
ପୋଲିସର ପ୍ରଶ୍ନରେ ସଠିକ ଉତ୍ତର ଦେଉନି ଅଭିଯୁକ୍ତ । ଅଭିଯୁକ୍ତର ଫୋଟକୁ କମିଶନରେଟ ପୋଲିସ ବିଭିନ୍ନ ଅଞ୍ଚଳରେ ଜାରି କରିବ। ଅଭିଯୁକ୍ତର ପୂର୍ବରୁ କୌଣସି ଅପରାଧ ଓ ଛୁଆ ଚୋରି ଅଭିଯୋଗ ଅଛିକି ନାହିଁ ତଦନ୍ତ କରିବ ପୋଲିସ ।