ପୁଣି ମହାମାରୀ କରୋନା ପ୍ରକୋପରେ ଚୀନ, ଅନେକ ସହରରେ ଲକଡାଉନ୍ ସ୍ଥିତି

0
429
china-reports-sharp-rise-in-covid-19-cases

ବେଜିଂ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ଥରେ ଏହି ମହାମାରୀ ଭାଇରସ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହୋଇଛି। ଚୀନରେ ଅନେକ ସହରରେ କରୋନା ଭାଇରସ୍ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | ଚୀନରେ ୫,୨୮୦ ନୂଆ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି। ମହାମାରୀ ଆରମ୍ଭରୁ ପ୍ରଥମ ଥର ପାଇଁ କରୋନା ସଂକ୍ରମଣର ଅନେକ ମାମଲା ପଞ୍ଜିକୃତ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି ଯେ ୨୦୨୧ ତୁଳନାରେ ଚଳିତ ବର୍ଷ ଦେଶରେ ଅଧିକ ମାମଲା ରେକର୍ଡ କରାଯାଇଛି।

କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଅନେକ ସହରରେ ଲକଡାଉନ୍ ସ୍ଥିତି ଦେଖାଦେଇଛି | ସ୍କୁଲ, କଲେଜ୍ ସବୁ ବନ୍ଦ ରହିଛି ​​| କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଲୋକମାନେ ଘରେ ନିଜକୁ କଏଦ ରଖିବାକୁ ବାଧ୍ୟ ହୋଇଥିବା ବେଳେ ସଂକ୍ରମଣ ବଢୁଥିବା ସହର ଗୁଡିକରେ କଟକଣା କଡ଼ାକଡ଼ି କରାଯାଇଛି | ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ବୈଜ୍ଞାନିକ ମାରିଆ ୱାନ୍ କରଖୋଭ୍ ଓମିକ୍ରନ୍ ଏବଂ ଡେଲଟା ଭାରିଆଣ୍ଟର ମିଶ୍ରଣରେ ବିଶ୍ୱରେ ଏକ ନୂଆ ଷ୍ଟ୍ରେନ୍ ବିକଶିତ ହେଉଛି ବୋଲି ଚେତାବନୀ ଦେଇଛନ୍ତି। ଏହା‌ ସାରା ବିଶ୍ୱରେ ଚତୁର୍ଥ ଲହର ଆଣିପାରେ ବୋଲି ସେ କହିଛନ୍ତି ।

ଗତ ୨୪ ଘଣ୍ଟାରେ ସାରା ବିଶ୍ୱରେ ୧୩ ଲକ୍ଷରୁ ଅଧିକ ନୂଆ କୋଭିଡ୍ ମାମଲା ରୁଜୁ ହୋଇଛି ଏବଂ ୩୫୭୯ ଜଣଙ୍କର ମୃତ୍ୟୁ ହୋଇଛି | ଏହାଛଡ଼ା ଏହା ପୂର୍ବରୁ ରବିବାର ଦିନ ଚୀନରେ ପ୍ରାୟ ୩୩୦୦ ମାମଲା ରିପୋର୍ଟ ହୋଇଥିଲା। ଗତ ୨ ବର୍ଷ ମଧ୍ୟରେ କରୋନା ସଂକ୍ରମଣର ଏହି ମାମଲା ସର୍ବାଧିକ ଥିଲା |

Also Read  India reports another highest single-day spike of 45 K COVID Positive cases and 1,129 deaths