ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ କଲବଲ ହେଉଛି । ଅସହ୍ୟ ତାତି ଯୋଗୁ କାଲିଠୁ ୟୁଜି, ପିଜି କ୍ଲାସ୍ ବନ୍ଦ । ଆସନ୍ତାକାଲିଠୁ ମେ ୨ ତାରିଖ ଯାଏ ୟୁଜି ଓ ପିଜିର ସବୁ କ୍ଲାସ ବନ୍ଦ ରହିବ । ତେବେ ପରୀକ୍ଷା, ଖାତାଦେଖା, ପ୍ରଶାସନିକ କାର୍ଯ୍ୟ ଓ ଗବେଷଣା କାର୍ଯ୍ୟ ଚାଲୁ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି/ପିଜି କ୍ଲାସକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି। ସେହିପରି ଆଜିଠୁ ଆସନ୍ତା ୩୦ ତାରିଖ ଯାଏ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ।
Home ଓଡ଼ିଆ ରେ ପଢନ୍ତୁ ଆସନ୍ତାକାଲିଠୁ ୟୁଜି, ପିଜି କ୍ଲାସ୍ ବନ୍ଦ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ...