ଭୁବନେଶ୍ବର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଏଥିପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ବିମାନରେ ବିଜେ ହୋଇ ଗାଁ ଗାଁ ବୁଲୁଛନ୍ତି ଠାକୁର । ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗ ବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଭକ୍ତ ଓ ଭଗବାନଙ୍କର ମିଳନ ହେବ।
ତେବେ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୋଳ ପୂର୍ଣ୍ଣିମା ଅବସରରେ ସେ ଟ୍ୱିଟ୍ କରି କହିଛନ୍ତି କି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ ।
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେଉ। pic.twitter.com/bJ8giBWXEu
— Naveen Patnaik (@Naveen_Odisha) March 18, 2022
ଅନ୍ୟପଟେ ଦୋଳ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ସୁନାବେଶରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଧ୍ୟାନ ଦେଇଛି ପ୍ରଶାସନ ।

























