ତ୍ବଚା କୁଞ୍ଚନ ଦୂର କରିବା ପାଇଁ ବରଦାନ ସାଜିଥାଏ ନଡିଆ ତେଲ

0
207
coconut-oil-is-a-great-way-to-relieve-skin-wrinkles

ସାଧାରଣତଃ ବୟସ ବଢ଼ିବା ସହ ଧୀରେ ଧୀରେ ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଇଥାଏ। ବିଶେଷ କରି ଏହାର ପ୍ରଭାବ ମୁଖ୍ୟତଃ ମୁହଁରେ ପ୍ରଥମେ ଦେଖାଯାଇଥାଏ । ଆଖି ତଳ କଳା ପଡିବା, ଚର୍ମ କୁଞ୍ଚନ ବା ରିଙ୍କଲ୍ସ ହେବା ଭଳି ସମସ୍ୟା ଅ।ସିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଲୋକେ ଡାକ୍ତରଙ୍କ ସହାୟତା ନେଇଥାନ୍ତି । ତେବେ କମ୍ ଖର୍ଚ୍ଚରେ ମଧ୍ଯ ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

  • ଗୋଟିଏ ଚାମଚ ଦହି ସହ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏଥିରେ କିଛି ବୁନ୍ଦା ଗୋଲାପ ଜଳ ପକାଇ ଏକ ମିଶ୍ରଣ ତିଅ।ରି କରନ୍ତୁ । ଏହାକୁ ୨୦ ମିନିଟ ଯାଏଁ ମୁହଁରେ ଲଗାଇ ରଖନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ଵାରା ମୁହଁରୁ ରିଙ୍କଲ୍ସ ଦୂର ହେବା ସହ ତ୍ଵର ସଫା ହୋଇଯାଇଥାଏ।

  • ଗୋଟିଏ ଚାମଚ ନଡିଅ। ତେଲରେ ଗୋଟିଏ ଚୁଟକି ହଳଦି ପାଉଡର ମିଶାନ୍ତୁ। ଏହି ମିଶ୍ରଣକୁ ରିଙ୍କଲ୍ସ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହାପରେ ଧୋଇ ଦିଅନ୍ତୁ।। ତେଲରେ ମୁହଁର ମାଲିସ କରନ୍ତୁ । ସକାଳୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ଵାରା ତ୍ଵଚା ହାଇଡ୍ରେଟ ହେବା ସହ ରିଙ୍କଲ୍ସ ଦୂର ହୋଇଥାଏ ।

  • ଏଲୋବେରା ଜେଲ, ଦହି ଏବଂ କାକୁଡି ରସକୁ ଏକାଠି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ ଯାଏଁ ମାଲିସ କରି ଧୋଇ ଦିଅନ୍ତୁ ।

  • ଦହିରେ କାକୁଡି ରସ ମିଶାଇ ୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଏହି ପେଷ୍ଟକୁ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହ ଭିତରେ ୨ ରୁ ୩ ଥର ଏହି ଉପାୟକୁ କରନ୍ତୁ । ଏହାଦ୍ଵାରା ତ୍ଵଚାର ଉଜ୍ଜଳତା ବଢ଼ିବା ସହ ମୁହଁରେ ପଡିଥୁବା କୁଞ୍ଚନ ବା ରିଙ୍କଲ୍ସ ମଧ୍ଯ ଧୀରେ ଧୀରେ କମିଯିବ ।

Also Read  ରାଜ୍ଯରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୪୦ କୋଭିଡ଼ ପଜିଟିଭ୍

LEAVE A REPLY

Please enter your comment!
Please enter your name here