ଶୋଇବାର ୩୦ ମିନିଟ ପୂର୍ବରୁ ଫୋନରୁ ଦୂରେଇ ରୁହନ୍ତୁ, ନଚେତ ହୋଇପାରେ ଏହିସବୁ ଅସୁବିଧା….

0
568
stay-away-from-the-phone-30-minutes-before-bedtime

ଗତ କିଛି ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିଥାଏ, ପୂର୍ବେ ଲୋକ ଗପ ବହି, ପତ୍ରିକା ପଢ଼ି ଶୋଉଥିଲେ । ଏକବିଂଶ ଶତାବ୍ଦୀରେ କିନ୍ତୁ ୭୭%ରୁ ଅଧିକ ଲୋକ ସ୍କାର୍ଟ ଫୋନ୍ ଦେଖି ଦେଖି ଶୋଇଥାନ୍ତି। କେହି ସୋସିଆଲ୍ ସାଇଟରେ ଅନ୍-ଲାଇନ୍ ରହିବାବେଳେ ତ ଅନ୍ୟ କେହି ସେଥରେ ସିନେମା ଦେଖୁଥାନ୍ତି । ବିଶେଷଜ୍ଞଙ୍କ ମତରେ ଏଭଳି କରୁଥିବା ବ୍ୟକ୍ତିମାନେ ଏବେଠାରୁ ସଚେତନ ହେବା ଜରୁରୀ । ନଚେତ ଆଗାମୀ ଦିନରେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଅବନତି ହେବାର ଆଶଙ୍କା ଅଧିକ । ଶୋଇବାର ୩୦ ମିନିଟ୍ ପୂର୍ବରୁ ସ୍ମାର୍ଟଫୋନକୁ ଟେବୁଲ୍ ଉପରେ କିମ୍ବା ଶୋଇବା ଘର ଥାକରେ ରଖିବା ହିଁ ବୁଦ୍ଧିମାନର ପରିଚୟ। ।

  • ୨୦୧୭ ରେ ଇସ୍ରାଏଲର ଗବେଷକଙ୍କ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଥିଲା ରାତିବେଳା ସ୍ମାର୍ଟଫୋନ୍ ଅଧିକ ସମୟ ଦେଖିଲେ ତାହା କାରଣରୁ ଆମେ ଅନିଦ୍ରା ହୋଇଥାଉ । ଏଥୁରୁ ବାହାରୁଥିବା ଏକ ପ୍ରକାରର ‘ସ୍କ୍ରିପ୍ ହରମୋନ୍’ ଆମ ନିଦ୍ରାରେ ବାଧା ସୃଷ୍ଟି କଲାବେଳେ ଆଖି ଲାଲ ହୋଇଥାଏ । ଏପରିକି ରାତିରେ ଅଧିକ ସମୟ ସ୍ମାର୍ଟଫୋନ୍ ଦେଖିଲେ, ସକାଳୁ ଅ।ମକୁ ଥକ୍କା ମଧ୍ୟ ଲାଗେ ।

  • ଅନ୍ତଃରାଷ୍ଟ୍ରୀୟ କ୍ୟାନ୍ସର ରିସର୍ଚ୍ଚ ଏଜେନ୍ସିର ପରୀକ୍ଷଣ ଅନୁସାରେ, ସ୍ମାର୍ଟଫୋନରୁ ବାହାରୁଥିବା ରଶ୍ମି ଆମ ମସ୍ତିଷ୍କ ଓ କାନ ନିମନ୍ତେ କ୍ଷତିକାରକ। ଅଧିକ ସମୟ କଥାବାର୍ତା ହେଲେ କିମ୍ବା ଦେଖିଲେ, ପରବର୍ତ୍ତୀ ସମୟରେ ମସ୍ତିଷ୍କ ଓ କାନରେ ଟ୍ୟୁମର ହେବାର ଆଶଙ୍କା ବଢ଼େ । ସ୍ମାର୍ଟଫୋନରେ ଦିନକୁ ୨ ଘଣ୍ଟରୁ ଅଧିକ ସମୟ ବାର୍ତ୍ତାଳାପ କରୁଥିବା ଲୋକଙ୍କ ଶ୍ରବଣ ଶକ୍ତି ମଧ୍ଯ କ୍ରମଶଃ ହ୍ରାସ ପାଉଥିବାର ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି।

  • ୨୦୧୪ ଜୁଲାଇ ମାସରେ ଆମେରିକାର ଡାଲାସରେ ଜଣେ ୧୩ ବର୍ଷୀୟ ବାଳକ ନିଜ ତକିଆତଳେ ମୋବାଇଲ୍ ରଖି ଶୋଇପଡ଼ିଥିଲେ। ହଠାତ୍ କୌଣସି କାରଣରୁ ମୋବାଇଲରେ ନିଅ।ଲାଗିଯାଇଥିଲା ।

  • ୨୦୧୫ ମେ’ରେ ସେହିପରି ଏକ ଦୁର୍ଘଟଣା ଆମେରିକାର ଏକ ସହରରେ ଘଟିଥିଲା । ଜଣେ ଯୁବକ ନିଜ ସ୍ମାର୍ଟଫୋନକୁ ଖଟ ଉପରେ ରଖି ଚାର୍ଜ କରୁଥିବାବେଳେ ନିଆଁ ଲାଗି କକ୍ଷଟି ଭସ୍ମୀଭୂତ ହୋଇଗଲା।

Also Read  ଏହି ୫ଟି ଜିନିଷକୁ ପାଣିରେ ଭିଜାଇ ଖାଆନ୍ତୁ, ଦୂର ହେବ କର୍କଟଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ ଅନେକ ରୋଗ