ଶୋଇବାର ୩୦ ମିନିଟ ପୂର୍ବରୁ ଫୋନରୁ ଦୂରେଇ ରୁହନ୍ତୁ, ନଚେତ ହୋଇପାରେ ଏହିସବୁ ଅସୁବିଧା….

0
239
stay-away-from-the-phone-30-minutes-before-bedtime

ଗତ କିଛି ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିଥାଏ, ପୂର୍ବେ ଲୋକ ଗପ ବହି, ପତ୍ରିକା ପଢ଼ି ଶୋଉଥିଲେ । ଏକବିଂଶ ଶତାବ୍ଦୀରେ କିନ୍ତୁ ୭୭%ରୁ ଅଧିକ ଲୋକ ସ୍କାର୍ଟ ଫୋନ୍ ଦେଖି ଦେଖି ଶୋଇଥାନ୍ତି। କେହି ସୋସିଆଲ୍ ସାଇଟରେ ଅନ୍-ଲାଇନ୍ ରହିବାବେଳେ ତ ଅନ୍ୟ କେହି ସେଥରେ ସିନେମା ଦେଖୁଥାନ୍ତି । ବିଶେଷଜ୍ଞଙ୍କ ମତରେ ଏଭଳି କରୁଥିବା ବ୍ୟକ୍ତିମାନେ ଏବେଠାରୁ ସଚେତନ ହେବା ଜରୁରୀ । ନଚେତ ଆଗାମୀ ଦିନରେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଅବନତି ହେବାର ଆଶଙ୍କା ଅଧିକ । ଶୋଇବାର ୩୦ ମିନିଟ୍ ପୂର୍ବରୁ ସ୍ମାର୍ଟଫୋନକୁ ଟେବୁଲ୍ ଉପରେ କିମ୍ବା ଶୋଇବା ଘର ଥାକରେ ରଖିବା ହିଁ ବୁଦ୍ଧିମାନର ପରିଚୟ। ।

  • ୨୦୧୭ ରେ ଇସ୍ରାଏଲର ଗବେଷକଙ୍କ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଥିଲା ରାତିବେଳା ସ୍ମାର୍ଟଫୋନ୍ ଅଧିକ ସମୟ ଦେଖିଲେ ତାହା କାରଣରୁ ଆମେ ଅନିଦ୍ରା ହୋଇଥାଉ । ଏଥୁରୁ ବାହାରୁଥିବା ଏକ ପ୍ରକାରର ‘ସ୍କ୍ରିପ୍ ହରମୋନ୍’ ଆମ ନିଦ୍ରାରେ ବାଧା ସୃଷ୍ଟି କଲାବେଳେ ଆଖି ଲାଲ ହୋଇଥାଏ । ଏପରିକି ରାତିରେ ଅଧିକ ସମୟ ସ୍ମାର୍ଟଫୋନ୍ ଦେଖିଲେ, ସକାଳୁ ଅ।ମକୁ ଥକ୍କା ମଧ୍ୟ ଲାଗେ ।

  • ଅନ୍ତଃରାଷ୍ଟ୍ରୀୟ କ୍ୟାନ୍ସର ରିସର୍ଚ୍ଚ ଏଜେନ୍ସିର ପରୀକ୍ଷଣ ଅନୁସାରେ, ସ୍ମାର୍ଟଫୋନରୁ ବାହାରୁଥିବା ରଶ୍ମି ଆମ ମସ୍ତିଷ୍କ ଓ କାନ ନିମନ୍ତେ କ୍ଷତିକାରକ। ଅଧିକ ସମୟ କଥାବାର୍ତା ହେଲେ କିମ୍ବା ଦେଖିଲେ, ପରବର୍ତ୍ତୀ ସମୟରେ ମସ୍ତିଷ୍କ ଓ କାନରେ ଟ୍ୟୁମର ହେବାର ଆଶଙ୍କା ବଢ଼େ । ସ୍ମାର୍ଟଫୋନରେ ଦିନକୁ ୨ ଘଣ୍ଟରୁ ଅଧିକ ସମୟ ବାର୍ତ୍ତାଳାପ କରୁଥିବା ଲୋକଙ୍କ ଶ୍ରବଣ ଶକ୍ତି ମଧ୍ଯ କ୍ରମଶଃ ହ୍ରାସ ପାଉଥିବାର ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି।

  • ୨୦୧୪ ଜୁଲାଇ ମାସରେ ଆମେରିକାର ଡାଲାସରେ ଜଣେ ୧୩ ବର୍ଷୀୟ ବାଳକ ନିଜ ତକିଆତଳେ ମୋବାଇଲ୍ ରଖି ଶୋଇପଡ଼ିଥିଲେ। ହଠାତ୍ କୌଣସି କାରଣରୁ ମୋବାଇଲରେ ନିଅ।ଲାଗିଯାଇଥିଲା ।

  • ୨୦୧୫ ମେ’ରେ ସେହିପରି ଏକ ଦୁର୍ଘଟଣା ଆମେରିକାର ଏକ ସହରରେ ଘଟିଥିଲା । ଜଣେ ଯୁବକ ନିଜ ସ୍ମାର୍ଟଫୋନକୁ ଖଟ ଉପରେ ରଖି ଚାର୍ଜ କରୁଥିବାବେଳେ ନିଆଁ ଲାଗି କକ୍ଷଟି ଭସ୍ମୀଭୂତ ହୋଇଗଲା।

Also Read  ଆପଣ ଦହି ସହ କଞ୍ଚା ପିଆଜ ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହିସବୁ ରୋଗ...

LEAVE A REPLY

Please enter your comment!
Please enter your name here