ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ପ୍ରଖ୍ୟାତ କମେଡିଆନ କପିଲ ଶର୍ମା

0
333
comedian kapil-sharma-meet-cm naveen-in-naveen-niwas

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଜଣାଶୁଣା ହାସ୍ୟ ଅଭିନେତା ତଥା ବଲିଉଡ ଫିଲ୍ମ ଅଭିନେତା କପିଲ ଶର୍ମା । ଭୁବନେଶ୍ୱରରେ କିଛି ଦିନ ହେବ କପିଲ ଏକ ଚଚ୍ଚଚିତ୍ର ସୁଟିଂ କରୁଛନ୍ତି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନେକ ଆଲୋଚନା କରିଛନ୍ତି କପିଲ ଶର୍ମା । କେବଳ କପିଲ ନୁହଁନ୍ତି ବରଂ ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ନବୀନଙ୍କୁ ଭେଟିଛନ୍ତି । ଉଭୟଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ନବୀନ । ପରେ ଭାରତୀୟ ହକି ଟିମର ଏକ ଜର୍ସି ଉଭୟଙ୍କୁ ଉପହାର ଆକାରରେ ଦେଇଥିଲେ ନବୀନ । ଏହାସହ କପିଲଙ୍କୁ ଏକ କୋଣାର୍କ ଚକ୍ରର ପ୍ରତିମୂର୍ତ୍ତି ଦେଇଥିଲେ ନବୀନ । ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଉପସ୍ଥିତ ରହିଥିଲେ 5T ସଚିବ ଭି.କେ ପାଣ୍ଡିୟାନ ।

ଗତ କିଛି ଦିନ ହେବ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମର ସୁଟିଂ ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଛନ୍ତି କମେଡିଆନ କପିଲ ଶର୍ମା । ଏହି ଫିଲ୍ମରେ କପିଲ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ଜଣେ ଡେଲିଭରୀ ବୟର ଭୂମିକାରେ ନଜର ଆସିବେ କପିଲ ଶର୍ମା। ଭୁବନେଶ୍ୱରରେ ଥିବା କପିଲ ଆଜି ଅପରାହ୍ନରେ ସୌଜନ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ।

Also Read  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ; ସୁରକ୍ଷିତ ଅଛି ଗର୍ଭଗୃହ ଓ ରତ୍ନସିଂହାସନ