ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ, ସୁନାମି ଆଲର୍ଟ ଜାରି

0
620
earthquake in Japan tsunami-alert

ଟୋକିଓ: ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଜାପାନ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ରାଜଧାନୀର ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି। ଭୂକମ୍ପର ତୀବ୍ରତା ୭.୧ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି।

ଏହି ଭୂ-କମ୍ପରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏଥିରେ ୯୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହାସହ ଅନେକ ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏହାର କେନ୍ଦ୍ର ସ୍ଥଳି ଟୋକିଓରୁ ୨୯୭ କିଲୋମିଟର ଦୂର ଉତ୍ତରପଶ୍ଚିମ ଦିଗରେ ବୋଲି କୁହାଯାଇଛି । ତେବେ ଏହାର ଗଭୀରତା ସମୁଦ୍ର ମଧ୍ୟରେ ୬୦ କିଲୋମିଟର ଗଭୀରରେ ଥିଲା । ତେଣୁ ତଟିୟ ଅଞ୍ଚଳରୁ ଲୋକଙ୍କୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଭୂକମ୍ପ ଝଟକା ପରେ ଜପାନର ଉତ୍ତରପୂର୍ବ ଅଞ୍ଚଳରେ ସୁନାମି ଆଲର୍ଟ ଜାରି କରାଯାଇଛି । ବିଶେଷକରି ସମୁଦ୍ରରେ ୧ ମିଟର ଉଚ୍ଚ ଜଜୁଆର ଆସିବା ନେଇ ସତର୍କ କରାଯାଇଛି । କିଛି ଅଞ୍ଚଳରେ ସ୍ୱଭାବିକଠାରୁ ୩୦ ସେମି ଉଚ୍ଚ ଜୁଆର ମାଡ଼ି ଆସିଥିବା ଆକଳନ କରାଯାଇଛି । ତେବେ ରାଜଧାନୀ ଟୋକିଓ ଅନ୍ଧାର ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ପ୍ରାୟ ୨୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି ।

Also Read  Over 2100 Dead And Tens Of Thousands Injured In Haiti Earthquake