ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

0
184
Raju Srivastav

ନୂଆଦିଲ୍ଲୀ: ହୃଦଘାତର ଶିକାର ହୋଇ ଗତକାଲିଠୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଣାଶୁଣା ଷ୍ଟାଣ୍ଡ-ଅପ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ୫୮ ବର୍ଷୀୟ ରାଜୁଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଉଛି। ଗତ ମଙ୍ଗଳବାର ଜିମ୍ ଓ୍ୱାର୍କଆଉଟରେ କରୁଥିବାବେଳେ ସେ ହୃଦଘାତର ସମ୍ମୁଖୀନ ହୋଇଥିଲେ । ପରେ ତାଙ୍କୁ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଡାକ୍ତରମାନେ ରାଜୁଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ଚିକିତ୍ସା ଜାରି ରଖିଛନ୍ତି । ବଲିଉଡ ଅଭିନେତା ଓ ରାଜନେତାଙ୍କ ନକଲ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ରାଜୁ । ଦି ଗ୍ରେଟ ଇଣ୍ଡିଆନ ଲଫର ଚାଲେଞ୍ଜ, କମେଡି କା ମହା ମୁକାବିଲା, କମେଡି ସର୍କସ, କମେଡି ନାଇଟ୍ସ ଓ୍ୱିଥ କପିଲ ଆଦି କାର୍ଯ୍ୟକ୍ରମରେ ସେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି ।

Also Read  ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ହେବ ନୀତି ନିର୍ଘଣ୍ଟ

LEAVE A REPLY

Please enter your comment!
Please enter your name here