ରାଜଧାନୀ ଦିଲ୍ଲୀରେ ବାଧ୍ୟତାମୂଳକ ହେଲା ମାସ୍କ, ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା

0
672
wearing of masks mandatory-in-New Delhi

ନୂଆଦିଲ୍ଲୀ: କରୋନା ବଢିବା ପରେ ରାଜଧାନୀ ଦିଲ୍ଲୀକୁ ଫେରିଲା କଟକଣା । ନୂଆଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନପିନ୍ଧି ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ତେବେ ଘରୋଇ ଚାରି ଚକିଆ ଯାନରେ ଲୋକେ ମାସ୍କ ନପିନ୍ଧିଲେ ଜରିମାନା ଦେବାକୁ ପଡିବନି। ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୨୧ଶହ ୪୬ ସଂକ୍ରମିତ ହୋଇଥିବା ବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୧୮୦ ଦିନ ପରେ ସଂକ୍ରମଣ ସବୁଠୁ ଅଧିକ ରହିଛି । ଏହାପୂର୍ବରୁ ଫେବ୍ରୁଆରୀରେ କରୋନାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିଲ୍ଲୀରେ ୨୪ଶହ ୯୫ଜଣ ସଂକ୍ରମିତ ହୋଇଥିଲେ। ପଜିଟିଭିଟି ରେଟ୍ ୧୫.୪୧ ପ୍ରତିଶତ ଥିଲା ।

Also Read  TMC raises Bangladesh issue, demands statement from PM