ଆସନ୍ତା ୩ରୁ ୪ ସପ୍ତାହ ପରେ ରାଜ୍ୟରେ ବଢିପାରେ କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

0
396
corona-infections-may-rise-in-odisha-after-3-4-weeks

ଭୁବନେଶ୍ଵର: ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି। ରାଜ୍ୟ ସରକାର କରୋନା ଲଢେଇ ପାଇଁ ପ୍ରସ୍ତୁତ ଅଛନ୍ତି। ଏପରି କହି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏହାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖାଯାଇଛି। ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ଅଛି। ଯଦି ସଂକ୍ରମଣ ବଢେ ତାହେଲେ ହସ୍ପିଟାଲକୁ ତୁରନ୍ତ ଖୋଲି ଦିଆଯିବ। ସବୁ ଜିଲ୍ଲା ଗୁଡ଼ିକୁ ମଧ୍ୟ କଡ଼ା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ତିନି ହଜାର ଟପିଥିଲା ବେଳେ ରାଜ୍ୟରେ ବି ଏହା ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଯଦି ସଂକ୍ରମଣ ବଢେ ତାହାଲେ ହସପିଟାଲ ସବୁକୁ ତୁରନ୍ତ ଖୋଲାଯିବ। ସବୁ ଜିଲାକୁ ମଧ୍ୟ ରାଜ୍ୟ ସରକାର ସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ରାଜ୍ୟରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି। କେହି ଜଣ ମଧ୍ୟ ଡ଼ାକ୍ତରଖାନାରେ ନାହାନ୍ତି। ତେଣୁ ରାଜ୍ୟ ସରକାର କୋଭିଡ ଜଗିବା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି। ଟୀକାକରଣ ବଢ଼ାଯାଉଛି। ହେଲେ ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Also Read  Odisha Govt forms task force to ahead of SODC formation