ବେଜିଂରେ କରୋନା ସ୍ଥିତି ସାଂଘାତିକ: କାୟା ବିସ୍ତାର କଲାଣି ସଂକ୍ରମଣ

0
3107

ନୂଆଦିଲ୍ଲୀ: ସାଂଘାଇ ଭଳି ଏବେ ବେଜିଂରେ ମାଡୁଛି କରୋନା । ସଂକ୍ରମଣ ଦିନକୁ ଦିନ ବଢୁଛି । ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ ୭୦ ମାମଲା ଚିହ୍ନଟ ହେଲାଣି । ୨୪ଘଣ୍ଟାରେ ବେଜିଂରେ ୨୯ ନୂଆ କେସ୍‌ ସାମ୍ନାକୁ ଆସିଛି । ସମ୍ପୁର୍ଣ୍ଣ ଲକଡାଉନ ଲାଗୁ ହୋଇନଥିଲେ ବି , ବିଭିନ୍ନ ସ୍ଥାନରେ ପାର୍ଶିଆଲ୍‌ ଲକଡାଉନ ଲାଗୁ କରିଛି ସ୍ଥାନୀୟ ପ୍ରଶାସନ । ବଢୁଥିବା ସଂକ୍ରମଣ ଓ ସାମୂହିକ କରୋନା ଟେଷ୍ଟିଂ ପାଇଁ ପ୍ରଶାସନର ଘୋଷଣା ପରେ ଲୋକେ ଏବେ ଆତଙ୍କିତ ।

ଲକଡାଉନ ଭୟରେ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିିଳିଛି । ଖାଇବା ସାମଗ୍ରୀ କିଣିବାକୁ ଲୋକଙ୍କ ନାହିଁନଥିବା ଗହଳିର ଚିତ୍ର ବିଭିନ୍ନ ସ୍ଥାନରୁ ଆସୁଛି । କିଛି ସ୍ଥାନରେ ଖାଦ୍ୟ ସାମଗ୍ରୀ ଷ୍ଟକ୍‌ ବି ସରିବାକୁ ବସିଲାଣି । ଏବେ ୨କୋଟିରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ହେବ । ସପଟେ ସାଂଘାଇରେ ସଂପୂର୍ଣ୍ଣ ଲକ୍‌ଡାଉନ ଲାଗୁ ହୋଇଛି । ସମାନ ସ୍ଥିତି ଏବେ ବେଜିଂରେ ଉପୁଜିବା ନେଇ ଏକ ବଡ଼ ଆଶାଙ୍କା ତିଆରି ହୋଇଛି ।

Also Read  Odisha reports 628 new Covid +Ve Cases; 291 in Khurda Dist.

LEAVE A REPLY

Please enter your comment!
Please enter your name here